Indus Valley Times

ଗଜପତି: ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

 Breaking News

ଗଜପତି: ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ଗଜପତି: ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ
March 04
17:11 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୩: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କାଇଁପୁର ପଞ୍ଚାୟତର କାଇଁପୂର ସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆର:କେ:ଏସ:ଏସ: ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଭୁବନେଶ୍ଵର ସହାୟତାରେ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ନିମନ୍ତେ ଏକ ଦକ୍ଷତା ବୃଦ୍ଧି ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଦଶ-ସୃତି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଆରସେଟି:ରେ ବିଭିନ୍ନ ପ୍ରକାର ତାଲିମ ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି ପ୍ରଭ୍ରୁତି ତାଲିମ ନେଇ ନିଜେ କିପରି ରୋଜଗାରକ୍ଷମ ହୋଇପାରିବେ , ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ ଯୋଜନା , ବ୍ୟାଙ୍କ ତରଫ\’ରୁ ଦଳକୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିବା ପ୍ରଭୃତି ସଂପର୍କରେ ବିସ୍ତୃତ ଭାବେ ବୁଝା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ନାବାର୍ଡ ସଂସ୍ଥାର ଡିଡିଏମ: ଶ୍ରୀ ପ୍ରତୀକ କୁମାର ପଣ୍ଡା , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଓଏଲଏମ: ଶ୍ରୀ ସମୀର କୁମାର ସ୍ଵାଇଁ , ଏମବିକେ: ଶ୍ରୀମତୀ ପୁଷ୍ପାଞ୍ଜଳୀ ପାତ୍ର , ବିଏଲଟି: ଶ୍ରୀ ତରୁଣ କୁମାର ନାଇକ , ଏଫଏଲସି: ସଂଯୋଜକ ଶ୍ରୀ ମନୁ ମଲ୍ଲିକ , ଶ୍ରୀ ଶଙ୍କର ନାଇକ ଓ ତାଲିମଦାତା ଶ୍ରୀ ନରେଶ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆର:କେ:ଏସ:ଏସ: ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ କହି ସ୍ଵାଗତ ଭାଷଣ ଦେଇଥିବା ବେଳେ ଶେଷରେ ଶ୍ରୀ ତରୁଣ କୁମାର ନାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ଜୀବିକା ମିଶନ ସି:ଆର:ପି: ମାନେ ଉପସ୍ଥିତ ରହି ସମସ୍ତ କା କାର୍ଯ୍ୟକ୍ରମ କୁ ପରିଚାଳନା ଓ ସହଯୋଗ କରିଥିଲେ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031