Indus Valley Times

ଗଜପତି: ୟୁ- ଟେକ କମ୍ପ୍ୟୁଟର ସେଣ୍ଟରରେ କୁମାର ଉତ୍ସବ ପାଳନ

 Breaking News

ଗଜପତି: ୟୁ- ଟେକ କମ୍ପ୍ୟୁଟର ସେଣ୍ଟରରେ କୁମାର ଉତ୍ସବ ପାଳନ

October 09
15:24 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୦: ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ପୁରାତନ ଅନୁଷ୍ଠାନ ରଙ୍ଗବେରଙ୍ଗ ଏବଂ ମହିଳା ଅନୁଷ୍ଠାନ ପ୍ରଗତିର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର କୁମାର ଉତ୍ସବ-୨୦୨୨ ମହା ସମାରୋହରେ ପାଳିତ ହୋଇଯାଇଛି ।
ଓଡ଼ିଆ ତଥା ଉତ୍କଳୀୟ ପରମ୍ପରା ଓ ସଂସ୍କୃତି\’ର ସୁରକ୍ଷା , ଆଜିର ଯୁଗ\’ରେ ନିହାତି ଭାବେ ଯୁବପିଢୀ ସୁରକ୍ଷା ରଖିବା ଜରୁରୀ ବୋଲି ବକ୍ତା ମାନେ କହିଥିଲେ।
ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରଗତି\’ର ସଂପାଦିକା ତନୁଜା ଶତପଥ\’ଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଏବଂ ଗୃହିଣୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ତର୍କ, ଝୋଟି,ଶଙ୍ଖ, ହୁଳହୁଳି ,ଚୁଡ଼ିସଜ୍ଜା , ଅଳତା , ମେହେନ୍ଦି , ପୂଚି, ଦଉଡ଼ି ଡିଆଁ ଏବଂ ନୃତ୍ୟ , ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ନରସିଂହ ଗୌଡ, ସ୍ବତନ୍ତ୍ର ଅତିଥି ଶ୍ରୀ ଆୟୁବ୍ ମଣ୍ଡଳ (ଓ.ପ୍ର.ସେ) , ମୁଖ୍ୟ ଅତିଥି ଶ୍ରୀ ହରିମୋହନ ମୋହନ ପଟ୍ଟନାୟକ , ସମ୍ମାନିତ ଅତିଥି ଶ୍ରୀମତୀ ଗୀତାରାଣୀ ପାଣିଗ୍ରାହୀ , ସଂଯୋଜକ- ୟୁ-ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର , କାର୍ଯ୍ୟକାରିଣୀ ସଭାନେତ୍ରୀ , ଶ୍ରୀମତୀ କଳ୍ପନା ପଟ୍ଟନାୟକ , ଉପ ସଭାନେତ୍ରୀ ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢୀ , ଶ୍ରୀ ସୌଦାଗର ସିଅ , ଶ୍ରୀ ମୁରଲୀ ଧର ପରିଛା , ଶ୍ରୀମତୀ ନମିତା ନାୟକ , ଶ୍ରୀମତୀ ମୋହିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ।
ଏହି ଅବସରରେ ଗଜପତି ଜିଲ୍ଲାର ବିଶିଷ୍ଠ ପ୍ରକୃତି-ପ୍ରେମୀ ବହୁମୁଖି ପ୍ରତିଭାଧର ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡାଙ୍କୁ ରଙ୍ଗବେରଙ୍ଗ ସମ୍ମାନ- ୨୦୨୨ ପ୍ରଦାନ କରା ଯାଇଥିଲା ।
ଶେଷରେ ଶ୍ରୀ ବାବାଜୀ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ – ସୁଶ୍ରୀ ତନିଶା ବେବର୍ତ୍ତା ଏବଂ ତାଇକଣ୍ଡୁ ସୁଶ୍ରୀ ବର୍ସିତା ଦାସ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ବଣ୍ଟନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031