Indus Valley Times

ଗଜପତି: ୫ ଜଣ ଦୃଷ୍ଟିହୀନଙ୍କୁ ଉଚ୍ଚଶିକ୍ଷା ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମ

 Breaking News

ଗଜପତି: ୫ ଜଣ ଦୃଷ୍ଟିହୀନଙ୍କୁ ଉଚ୍ଚଶିକ୍ଷା ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମ

August 02
10:41 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୮:ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଠାରେ ୫ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଲାପଟପ ବଣ୍ଟନ କରିଥିଲେ ।
ଜିଲ୍ଲାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବ୍ରେଲି ପାଠ୍ୟ-ପୁସ୍ତକର କୋଣସି ସୁବିଧା ନାହିଁ । ସେମାନେ ଏହି ପାଇଥିବା ଲାପଟପ ମାଧ୍ୟମରେ ହିଁ ଉଚ୍ଚଶିକ୍ଷାର ଯେଉଁସବୁ ପାଠ୍ୟ ଖସଡ଼ା ରହିଛି , ଏହି ଲାପଟପକୁ ଆଧାର କରି ସେମାନେ ସହଜେ ପଢି ପାରିବେ ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତରେ ଏହି ଲାପଟପ ଗୁଡିକ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା ।
ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ’ର ସହଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନେ ଅନ-ଲାଇନ ଯୋଗେ ଲାପଟପ ପାଇବା ପାଇଁ ଦରଖାସ୍ତ କରିଥିଲେ ।
ଆଜି ସେହି ଲାପଟପ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଠାରୁ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ :- ଶ୍ରୀ ସାଗର ଢୋଲିଆ , ଶ୍ରୀ ସୁଶାନ୍ତ ବଡରଇତ , ଶ୍ରୀ ଡି: ମନ୍ମଥ ରାଓ , ଏଲିସା ଶବର ଏବଂ ମଞ୍ଜୁ ରଇତ ।
ଏହି ଲାପଟପ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶ୍ରୀ ଜୟରାମ ଶତପଥୀ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ \”ସମର୍ଥ’ର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031