Indus Valley Times

ଗଜପତି: ୫-ଟି ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ ଓ ସମୀକ୍ଷା କାର୍ଯ୍ୟକ୍ରମ

 Breaking News

ଗଜପତି: ୫-ଟି ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ ଓ ସମୀକ୍ଷା କାର୍ଯ୍ୟକ୍ରମ

November 18
21:57 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୧୧: ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା\’ଙ୍କ ଅଧ୍ୟକ୍ଷତା\’ରେ ଏକ ଟିମ୍ ଗୁମ୍ମା ବ୍ଲକ ସ୍ଥିତ ଜୀବା ଗ୍ରାମସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସେଠାରେ ବିଦ୍ୟାଳୟର ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଏହି ଗ୍ରସ୍ତ ସମୟରେ ସଂପୃକ୍ତ ବିଦ୍ୟାଳୟକୁ ଆସି ବିଦ୍ୟାଳୟର ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ପଣ୍ଡା , ପ୍ରଥମେ ସ୍ମାର୍ଟ ଶ୍ରେଣୀ ଗୃହ ଦେଖିବା ପରେ ସେଠାରେ ଇ-ଲାଇବ୍ରେରୀ ଓ ପରେ ଆଧୁନିକ ବିଜ୍ଞାନଗାର ଦେଖି ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ , ପି:ଆର:ଆଇ: ସଦସ୍ୟ ମାନଙ୍କୁ ବିଦ୍ୟାଳୟ କାର୍ଯ୍ୟକୁ ଉଦାହରଣ ମାନି ନିଜ ନିଜ ଅଞ୍ଚଳର ବିଦ୍ୟାଳୟ ଗୁଡିକରେ ଏଭଳି କାର୍ଯ୍ୟ କରିବା ପାଇଁ ବୁଝାଇଥିଲେ ।
ବିଦ୍ୟାଳୟରେ ଚାଲିଥିବା ଏଲ୍:ଆର:ପି: କାର୍ଯ୍ୟକ୍ରମ ମଧ୍ୟ ଦେଖି ଜିଲ୍ଲାପାଳ ଶ୍ରୀ ପଣ୍ଡା ସନ୍ତୋଷ ବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ସମୟରେ ଗୁମ୍ମାବ୍ଲକ ଶିକ୍ଷାଧିକାରୀ ଶ୍ରୀ ନୟନ କୁମାର ମଣ୍ଡଳ , ଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଜୀବା ସରପଞ୍ଚ ଏଡେଙ୍ଗ। ଶବର , ଏସଡିସି ଚେୟାରମେନ ଶ୍ରୀମତୀ ମୋରୀୟମ ରଇତ , ଜିଲ୍ଲା ପରିଷଦ କାର୍ଯ୍ୟଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ , ବ୍ଲକର ଯନ୍ତ୍ରୀ ଓ ବୈଷୟିକ ଅଧିକାରୀ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଖୁସିବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ୫-ଟି ବିଦ୍ୟାଳୟର ଉପାଦେୟତା ଓ ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ସ୍ବପ୍ନ ସାର୍ଥକ ହେବା ସହ ଭବିଷ୍ୟତ ଗଠନରେ ଏହାର ଭୂମିକା ବିଷୟରେ ଉଜ୍ପସ୍ଥିଟ ସମସ୍ତ\’ଙ୍କୁ ବୁଝାଇ ଥିଲେ।
ଜିଲ୍ଲାପାଳଙ୍କ ଏହି ପା ରଇଦର୍ସନ ଓ ସମୀକ୍ଷା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ତୃତୀୟ ପର୍ଯ୍ୟୟ ୫-ଟି ରୂପାନ୍ତରଣର ଚିତ୍ର ଓ ଆଧୁନିକ ଭିତ୍ତିଭୂମିର ଲାଭ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଜୀବନରେ ପ୍ରଭାବ ପକାଇବ ।ରେ ବେଶ ସହାୟକ ହେବା ନେଇ ଆଶାବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031