Indus Valley Times

ଗଞ୍ଜାମରେ ୪ଜଣଙ୍କୁ ନିର୍ମମ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

 Breaking News

ଗଞ୍ଜାମରେ ୪ଜଣଙ୍କୁ ନିର୍ମମ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

March 23
11:25 2022

ବ୍ରହ୍ମପୁର,୨୩/୩: ଗଞ୍ଜାମ ଜିଲ୍ଲା ପିତଳ ହତ୍ୟାକାଣ୍ଡ ମାମଲାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଅଭିଯୁକ୍ତଙ୍କ ଗିରଫଦାରୀ ଦାବିରେ ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ । ପିତଳ ଛକରେ ବ୍ରହ୍ମପୁର- ଆସିକା ଏନ୍ଏଚ୍- ୫୯ ଅବରୋଧ କରି ଧାରଣାରେ ବସିଛନ୍ତି । ଫଳରେ ବ୍ରହ୍ମପୁରରୁ ଆସିକାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
-ଇଊଠଋଜଞଓଝଋଗଋଘଞ-
ଗତକାଲି ରାତିରେ ପିତଳ ନରେନ୍ଦ୍ରପୁର ଛକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଗୋଟିଏ ପରିବାରର ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଏବଂ ରାଜା ସ୍ୱାଇଁ ତିନି ଭାଇ ପ୍ରାଣ ହରାଇଥିବା ବେଳେ ଓ ସମ୍ପର୍କୀୟ ଚନ୍ଦନ ସ୍ୱାଇଁଙ୍କ ଜୀବନ ବି ଯାଇଛି ।
ଅନ୍ୟ ଏକ ଗୋଷ୍ଠୀର ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଚିକିତ୍ସାଧିନ ରହିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଲତାଡ଼ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି । ଏବେ ଯାଏଁ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ହିଞ୍ଜିଳି ପୁଲିସ୍ ।
ମୃତକଙ୍କ ଏକ ଫାଷ୍ଟଫୁଡ୍ ଦୋକାନ ଥିଲା । ଏହାକୁ ବନ୍ଦ କରି ରାତି ପ୍ରାୟ ୧୦ଟା ବେଳେ ସେମାନେ ଘରକୁ ଫେରୁଥିଲେ । ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ମହିଳାଙ୍କୁ ସହାୟତା କରିବାକୁ ଏମାନେ ଅଟକି ଥିଲେ । ତେବେ ଏହି ସମୟରେ ୬ଜଣ ବ୍ୟକ୍ତି ଏମାନଙ୍କୁ ଟାପି ଟାପୁରା କରିବା ସହ କମେଣ୍ଟ ମାରିଥିଲେ । ଯାହାକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031