Indus Valley Times

ଗଣିଆରେ ” ଫିଟ୍ ଇଣ୍ଡିଆ ମେଗା ଫ୍ରୀଡମ୍ ରନ୍” ଆୟୋଜିତ

 Breaking News

ଗଣିଆରେ ” ଫିଟ୍ ଇଣ୍ଡିଆ ମେଗା ଫ୍ରୀଡମ୍ ରନ୍” ଆୟୋଜିତ

ଗଣିଆରେ ” ଫିଟ୍ ଇଣ୍ଡିଆ ମେଗା ଫ୍ରୀଡମ୍ ରନ୍” ଆୟୋଜିତ
September 26
20:28 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ ,୨୬/୯ : ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ, ଦିନଦୟାଲ ଉପାଧୟାୟଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ , ନୟାଗଡ଼ ନେହେରୁ ଯୁବକେନ୍ଦ୍ର ଓ ଶ୍ରୀ ଚୈତନ୍ୟ ଯୁବକ ସଂଘର ମିଳିତ ଉଦ୍ୟମରେ (ତା୨୫/୦୯ ରିଖ)ଶନିବାର ଦିନ ସ୍ଥାନୀୟ ଡ଼ଃ.ଆର୍.ସି.ସାମନ୍ତରାୟ ମହାବିଦ୍ୟାଳୟ ଠାରେ ଫିଟ୍ ଇଣ୍ଡିଆ ମେଗା ଫ୍ରୀଡମ୍ ରନ୍ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଂଚଳର ୯୬ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମିଶ୍ର ଙ୍କ ସମେତ ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକର ଜାତୀୟ ଯୁବ ସ୍ଵେସ୍ଥ୍ୟାସେବି ଦେବବ୍ରତ ମିଶ୍ର ଓ ତୁଷାର ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା କାର୍ଯ୍ୟକ୍ରମର ମୂଳ ଲକ୍ଷ ଓ ଉଦ୍ୟେଶ ,ଯୋଗ ,ବ୍ୟାୟାମ ର ଉପକାରିତା ସଂପର୍କରେ ଆଲୋକପାତ କରିବାସହିତ ଯୁବାବର୍ଗ ଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବାବର୍ଗ ମାନେ ଏଥିନେଇ ଜନସଚେତନତା ନିମନ୍ତେ କଲେଜ ଛକ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଫିଟ୍ ରହିବାପାଇଁ ବାର୍ତ୍ତା ପ୍ରଚାର କରିଥିଲେ ଏବଂ ଯୋଗ କରି ସୁସ୍ଥ ଓ ନିରୋଗ ରହିବା ପାଇଁ ଶପଥ ପାଠ କରିଥିଲେ।
ଏଥିରେ ଅଂଶ ଗ୍ରହଣ କାରି ଯୁବକ,ଯୁବତୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଶ୍ରୀ ଚୈତନ୍ୟ ଯୁବକ ସଂଘର ସଭାପତି ପ୍ରିୟବ୍ରତ ମିଶ୍ର ଓ ସେସ୍ଥ୍ୟାସେବି ସୁବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031