Indus Valley Times

ଗଣିଆ : ଆବାସ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଦାବିପତ୍ର

 Breaking News

ଗଣିଆ : ଆବାସ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଦାବିପତ୍ର

ଗଣିଆ : ଆବାସ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଦାବିପତ୍ର
July 10
19:39 2021

ରଶ୍ମି ରଞ୍ଜନ ପରିଡାଙ୍କ ରିପୋର୍ଟ
ଗଣିଆ, ୧୦ /୭ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଘର ଆବଣ୍ଟନରେ ଅନିୟମିତତା ହୋଇଛି ଏବଂ ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହାର ପ୍ରତିବାଦରେ ଶୁକ୍ରବାର ଦିନ ବିଜେପି ତରଫରୁ ଗଣିଆ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗଣିଆ ବ୍ଲକରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଘର ଦିଆଯାଇନାହିଁ । ଏହାର ବିଧିବଦ୍ଧ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ନ ଦେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓଲାହି ଆନ୍ଦୋଳନ କରିବ ବୋଲି ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନର ବିଜେପିର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାଏକ ଚେତାବନୀ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ସୁଶାନ୍ତ କୁମାର ନାଏକ, ନୟାଗଡ ଜିଲ୍ଲା ସମ୍ପାଦକ ଚନ୍ଦ୍ରଶେଖର ଦାଶ ତଥା ଗଣିଆ ବ୍ଲକର ପ୍ରାୟ ଚାଳିଶିରୁ ଉର୍ଦ୍ଧ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930