Indus Valley Times

ଗଣିଆ : ମା ଦକ୍ଷିଣାକାଳୀ ଯୁବକ ସଂଘ ଆନୁକୂଲ୍ୟରେ ବିଦ୍ୟାର୍ଥୀ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ

 Breaking News

ଗଣିଆ : ମା ଦକ୍ଷିଣାକାଳୀ ଯୁବକ ସଂଘ ଆନୁକୂଲ୍ୟରେ ବିଦ୍ୟାର୍ଥୀ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ

ଗଣିଆ : ମା ଦକ୍ଷିଣାକାଳୀ ଯୁବକ ସଂଘ ଆନୁକୂଲ୍ୟରେ ବିଦ୍ୟାର୍ଥୀ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ
July 10
20:07 2021

ରଶ୍ମି ରଂଜନ ପରିଡାଙ୍କ ରିପୋର୍ଟ
ଗଣିଆ, ୧୦/୭ : ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ଅଧୀନ ଓସ୍ତିଆ ଗ୍ରାମର ମା ଦକ୍ଷିଣକାଳୀ ଯୁବକ ସଂଘ ଆନୁକୂଲ୍ୟରେ ବିଦ୍ୟାର୍ଥୀ ଦିବସ ପାଳନ ଅବସରରେ ଗ୍ରାମର ବିଦ୍ୟାର୍ଥୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ଫୁଲ, ଫଳ ବୃକ୍ଷ ରୋପଣ କରାଯାଇଛି । ଶନିବାର ଦିନ ଉକ୍ତ ଯୁବକ ସଂଘର ଉପସଭାପତି ଅଖିଳ କୁମାର ସାହୁ, ସମ୍ପାଦକ ସୁଭାଶିଷ ମିଶ୍ର ଓ ସଭ୍ୟ ସୁଶାନ୍ତ କୁମାର ସେଠିଙ୍କ ନେତୃତ୍ୱରେ ଗ୍ରାମର ବିଦ୍ୟାର୍ଥୀ ଛାତ୍ର ଛାତ୍ରୀଙ୍କୁ ନେଇ ଓସ୍ତିଆ ଗ୍ରାମରୁ ବିଦ୍ୟାଳୟକୁ ଯାଇଥିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଆମ୍ବ, ପଣସ, ଅଁଳା, ବର, ଓସ୍ତ, ନିମ୍ବ, କୃଷ୍ଣଚୂଡ଼ା ଆଦି କୋଡିଏଟି ବୃକ୍ଷ ରୋପଣ କରି ଗୋରଡି ଦେଇ ଆବଦ୍ଧ କରିଛନ୍ତି । ବୃକ୍ଷ ରୋପଣ ଦ୍ଵାରା ପରିବେଶକୁ ସୁସ୍ଥ, ସବୁଜ ସୁନ୍ଦର ଏବଂ ଅମ୍ଳଜାନ ଅଭାବକୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି ଏବଂ ଅଧିକ ବୃକ୍ଷ ରୋପଣ କରିବା ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031