Indus Valley Times

ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ: ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨ ଜଣ

 Breaking News

ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ: ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨ ଜଣ

April 19
10:47 2021

ଭୁବନେଶ୍ବର,୧୯/୪: ରାଜ୍ୟରେ ଧିରେ ଧିରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦୈନିକ ଲମ୍ବା ଡିଆ ମାରୁଛି କରୋନା । ସୋମବାର ଦିନ ଓଡ଼ିଶାରୁ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି। ଆଜି ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧ ଓ ପୁରୀରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୩୩, ଯାଜପୁରରୁ ୫୮, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, କୋରାପୁଟରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ରାୟଗଡ଼ାରୁ ୫୩ ଓ ସୋନପୁର ଜିଲ୍ଲାରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୨୫ ଜଣ ଚିହ୍ନଟ ହୋଇଛନ୍ତି।
୪୪୪୫ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨,୭୦୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୪୬,୧୩୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୪,୫୬୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪ ଜଣଙ୍କ ମୃତ୍ୟୁ ଗଟିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୮ରେ ପହଞ୍ଚିଯାଇଛି। ଏହି ୪ଟି ନୂଆ ମୃତ୍ୟୁ ମାମଲା ମଧ୍ୟରୁ ୨ଟି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଗୋଟିଏ ଲେଖାଏଁ ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031