Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ, ଶୂନରୁ ୧୮ ବର୍ଷ ବର୍ଗ ମଧ୍ୟରେ ୧୩୧ଜଣ ଶିଶୁ

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ, ଶୂନରୁ ୧୮ ବର୍ଷ ବର୍ଗ ମଧ୍ୟରେ ୧୩୧ଜଣ ଶିଶୁ

August 25
09:42 2021

ଭୁବନେଶ୍ୱର, ୨୫/୮ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ଗତକାଲି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୮୦ ଜଣ ଛୁଆ ଥିବା ବେଳେ ବୁଧବାର ଏହି ସଂଖ୍ୟା ହଠାତ୍ ଶହେ ଡେଇଁଛି, ଯାହାକି ଚିନ୍ତାର ବିଷୟ ।
ବୁଧବାର ଚିହ୍ନଟ ୮୮୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୭୨ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୬, ଯାଜପୁରରୁ ୪୩, ଜଗତସିଂହପୁରରୁ ୩୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୭, ସମ୍ବଲପୁରରୁ ୨୧, କେନ୍ଦୁଝରରୁ ୧୯, ଢେଙ୍କାନାଳରୁ ୧୬, କେନ୍ଦ୍ରାପଡ଼ାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ବରଗଡ଼ରୁ ୯, ଭଦ୍ରକରୁ ୯, ବୌଦ୍ଧରୁ ୧, ଦେବଗଡ଼ରୁ ୯, ଗଜପତିରୁ ୩, ଗଂଜାମରୁ ୨, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, କନ୍ଧମାଳରୁ୨, କୋରାପୁଟରୁ ୪, ମାଲକାନଗିରିରୁ ୨, ନବରଂଗପୁରରୁ ୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୩, ପୁରୀରୁ ୩୯, ରାୟଗଡ଼ାରୁ ୨, ସୁନ୍ଦରଗଡ଼ରୁ ୭, ଷ୍ଟେଟପୁଲ୍ରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୬୮,୭୧୭; ପଜିଟିଭିଟି ୧.୨୯%।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031