Indus Valley Times

ଗତ ୨୪ ଘଣ୍ଟା ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ୍କ ୪୭ ଜଣ ଶିଶୁ ଓ କିଶୋର

 Breaking News

ଗତ ୨୪ ଘଣ୍ଟା ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସ୍କ ୪୭ ଜଣ ଶିଶୁ ଓ କିଶୋର

January 03
10:18 2022

ଭୁବନେଶ୍ବର, ୩/୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୨୯ ଜଣ, ଭଦ୍ରକରୁ ୧ ଜଣ, ବରଗଡ଼ରୁ ୫ ଜଣ, ବଲାଙ୍ଗୀରୁ ୬ ଜଣ, କଟକରୁ ୬୬ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଞ୍ଜାମରୁ ୩ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୧୪ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୧ ଜଣ, ଖୋର୍ଦ୍ଧାରୁ ୧୫୧ ଜଣ, ମାଲକାନଗିରିରୁ ୨ ଜଣ, ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୨୨ ଜଣ, ସୋନପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ ଓ ଷ୍ଟେଟ ପୁଲରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୫ ହଜାର ୯୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୫ ହଜାର ୧୦୯ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨ ହଜାର ୩୫୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930