Indus Valley Times

ଗନ୍ଧମାର୍ଦ୍ଦନର ସୁରକ୍ଷା ସହ ଜାତୀୟ ସଂପତି ରୂପେ ଘୋଷଣା କରିବାକୁ ଦାବି

 Breaking News

ଗନ୍ଧମାର୍ଦ୍ଦନର ସୁରକ୍ଷା ସହ ଜାତୀୟ ସଂପତି ରୂପେ ଘୋଷଣା କରିବାକୁ ଦାବି

October 20
20:16 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୦/୧୦ : ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଠାରେ ଅବସ୍ଥିତ ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତ କୋଶଳାଞ୍ଚଳ ର ଏକ ସାଂସ୍କୃତିକ ଧରୋହର ଅଟେ।ଏହା କୋଶଳଂଚଳର ଦର୍ଶନୀୟ ସର୍ବୋକୃଷ୍ଟ ପ୍ରାକୃତିକ ପୀଠସ୍ଥଳୀ ଅଟେ।ପ୍ରାକୃତିକ ମନୋରମ ରେ ଭରପୁର ମନ ଲୋଭାନୀୟା ତୀର୍ଥସ୍ଥଳୀ ତଥା ପଶ୍ଚିମ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ।
ଏହାଛଡା ଗନ୍ଧମାର୍ଦ୍ଦନରେ ପ୍ରାୟ ୨୯୦ ପ୍ରକାର ର ଆୟୁର୍ବେଦ ଔଷଧୀୟ ବୃକ୍ଷ ଓ ଗୁଳ୍ମରାଜି ଥିବାର ବୈଜ୍ଞାନିକ ପ୍ରମାଣ ରହିଛି।ଅନେକ ପ୍ରକାରର ବିରଳ ପ୍ରଜାତିର ପଶୁପକ୍ଷୀ ଏହ ପାର୍ବତୀୟ ଅଂଚଳରେ ଦେଖାଯାନ୍ତି।ରାମାୟଣ ଯୁଗରେ ଏହି ପର୍ବତକୁ ବୀର ହନୁମାନ ଆଣିଥିଲେ ବୋଲି କିମ୍ବଦନ୍ତୀ ରୁ ଜଣାପଡେ।
ଏହି ପର୍ବତ ରୁ ବିରଳ ବିଷଲ୍ୟକରଣୀ ନେଇ ପ୍ରଭୁ ଶ୍ରୀରାମ ଙ୍କ ଭାଇ ଲକ୍ଷ୍ମଣ ଙ୍କ ପ୍ରାଣରକ୍ଷା କରିବାର ଉପାଖ୍ୟାନ ରହିଛି।ଏହାଛଡା ମହାଭାରତ ଯୁଗରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏହି ପର୍ବାତ୍ୟାଞ୍ଚଲ ରେ ତାଙ୍କର କିଛି ନିର୍ଦ୍ଦିଷ୍ଟ ଶିଷ୍ୟ ଙ୍କୁ ଅସ୍ତ୍ରଶିକ୍ଷା ଦେଇଥିକବାର ଉପଖ୍ୟାନ ମଧ୍ୟ ଲିଖୁତ ରହିଛି।
ଏହାଛଡା କୋସଲାଞ୍ଚଲ ର ୨ କୋଟି ଅଧିବାସୀ ଙ୍କ ଧାର୍ମିକ ବିଶ୍ବାସ ର ଏକ ବୃହତ ପୀଠସ୍ଥଳୀ ଏହି ଗନ୍ଧମାର୍ଦ୍ଦନ। ବଲାଙ୍ଗିର ଓ ବରଗଡ ଜିଲ୍ଲାର ମଝିରେ ଅବସ୍ଥିତ ଏହି ପର୍ବତମାଲା, ବଲାଙ୍ଗିର ପଟେ ପ୍ରଭୁ ହରିଶଙ୍କର ଓ ବରଗଡ ଜିଲ୍ଲା ପଟେ ପ୍ରଭୁ ନୃସିଂହନାଥ ଙ୍କ ପ୍ରସିଦ୍ଧ ଐତିହାସିକ ମନ୍ଦିର ରହିଛି।
ଏହି ଅଂଚଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଶିବରାତ୍ରୀ,ମକର ସଂକ୍ରାନ୍ତି ଓ ମାଘ ମେଳା ତଥା ବୈଶାଖ ମେଳା ପାଳନ କରନ୍ତି।ପ୍ରାକୃତିକ ଶୋଭାରାଜି ରେ ସୁଶୋଭିତ ଏହି ଗନ୍ଧଗିରି ରୁ ପ୍ରବାହିତ ଚିର ଶ୍ରୋତା ଝରଣା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳର ହଜାର ହଜାର ଲୋକଙ୍କ ପାଇଁ ଜୀବନୀ ପ୍ରଦାନ କରୁଛି।
ଏହାଛଡା ଏହି ଗନ୍ଧମାର୍ଦ୍ଦନ ଉଭୟ ପଟର ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନଜୀବିକା ପ୍ରଦାନ କରୁଛି।କେବଳ ପର୍ଯ୍ୟଟନ ନୁହେଁ ଏ ଅଂଚଳର ପରିବେଶ,ଇତିହାସ ସାଂସ୍କୃତିକ ଓ ଧାର୍ମିକ ଉତ୍‌ଥାନ ର ପୀଠସ୍ଥଳୀ ହେଉଛି ଏହି ଐତିହାସିକ ଗନ୍ଧ ମାର୍ଦ୍ଦନ ପର୍ବତ।
ଚୀନ ପରିବ୍ରାଜକ ହୁଏନ୍ ସା ମଧ୍ୟ ତାଙ୍କ ରଚନାବଳୀ ରେ ଏହି ପର୍ବତର ମହନୀୟତାକୁ ଉଲ୍ଲେଖ କରିଛନ୍ତି।କିନ୍ତୁ ଦୁଃଖର ବିଷୟ ଏହି ପର୍ବତରେ ଥିବା ପ୍ରଚୁର ବକ୍‌ସାଇଟ କୁ ଆଖି ଆଗରେ ରଖି ବାରମ୍ବାର ଏ ଅଂଚଳରେ ଖଣି ଖନନର ଉଦ୍ୟମ ହୋଇଛି।
ଆଦ୍ୟ ୮୦ ଦଶକରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ କଂଗ୍ରେସ ସରକାର ଅମଳରେ ଗନ୍ଧମାର୍ଦ୍ଦନ ରୁ ବକ୍ସାଇଟ ଉତୋଳନ ପାଇଁ ‘ବାଲକୋ’ କଂପାନୀକୁ ଲିଜ୍ ଦିଆଯାଇ ଥିଲା।ଯାହାର ପ୍ରତିବାଦରେ ୧୯୮୩ ମସିହାରୁ ୧୯୯୧ ପର୍ଯ୍ୟନ୍ତ ଐତିହାସିକ ‘ବାଲକୋ ହଟାଓ” ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା।ଫଳତଃ ସରକାର ପରିବର୍ତନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ସରକାର ଏହି ପ୍ରକଳ୍ପକୁ ସ୍ଥଗିତ କରିବା ପାଇଁ ନିଷ୍ପତି ନେଇଥିଲେ।
କିନ୍ତୁ ପରେ ତତ୍‌କାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଜେଡି ସରକାରଙ୍କ ଅମଳରେ ପୁଣିଥରେ ଏହି ପର୍ବତରୁ ଖଣି ଉତ୍ତୋଳନ ପାଇଁ ବିଭିନ୍ନ କଂପାନୀ କୁ ଦାୟିତ୍ଵ ଦିଆଯାଇଥିଲା। ପ୍ରାରଂଭ ରେ କାନାଡିୟାନ କନ୍‌ଟିନେନ୍‌ଟାଲ ରିସୌର୍ସ ଲିଂ କୁ ନବୀନ ସରକାର ଲିଜ୍ ଦେଇଥିଲେ।କିନ୍ତୁ ଜନ ପ୍ରତିବାଦ ଯୋଗୁ ତାହା ସଫଳ ହୋଇ ନ ଥିଲା।
ଏବେ ଶୁଣିବାକୁ ମିଳୁଛି ଯେ ବର୍ତମାନର ସରକାରଙ୍କ ଅମଳରେ ପୁଣି ଥରେ ଗନ୍ଧମାର୍ଦ୍ଦନ ରୁ ଖଣି ଖନନ ର ଆଲୋଚନା ଚାଲିଛି।
ଦେଶର ଏକ ବୃହତ ପୁଂଜିପତି ଙ୍କୁ ଏହି ପର୍ବତରୁ ଖଣିଖନନ ପାଇଁ ଲିଜ୍ ଦିଆଯିବା ସହ ପାଟଣାଗଡ ଠାରେ ଏକ ବିମାନ ବନ୍ଦର ସ୍ଥାପନ ର ଯୋଜନା କରାଯାଉଛି।ଇତି ମଧ୍ୟରେ ଉକ୍ତ କଂପାନୀ ର କିଛି ଅଧିକାରୀ ଓ ସ୍ଥାନୀୟ ଅଂଚଳର କିଛି ମନ୍ତ୍ରୀ,ବିଧାୟକ ଓ ସାଂସଦ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଗୁପ୍ତ ବୈଠକ ହୋଇଥିବା ର ଚର୍ଜା ଉଭୟ ହରିଶଙ୍କର ଓ ନୃସିଂହନାଥ ଅଂଚଳରେ ଚାଲିଛି।
ଏହା ଯଦି ସତ୍ୟ ତେବେ ସାଂଘାତିକ ଅଟେ। ତେଣୁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଶ୍ରୀମାନ ଅମିତ ଶାହା,ଆମ ଅଂଚଳରୁ ପ୍ରତିନିଧିତ୍ଵ କରୁଥିବା ଉଭୟ କେନ୍ଦ୍ର ମନ୍ତ୍ରୀ ମାନ୍ୟବର ଧମେନ୍ଦ୍ର ପ୍ରଧାନ ଓ ମାନ୍ୟବର ଜୁଏଲ ଓରାମ ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ,ସରକାରଙ୍କ ଏଭଳି କିଛି ପରିକଳ୍ପନା ଥିଲେ ତାକୁ ବାତିଲ କରିବାକୁ ଅନୁରୋଧ କରାଯାଇଛି।
ଗନ୍ଧମାର୍ଦନ କୁ ଜାତୀୟ ପୀଠସ୍ଥଳୀ ରୂପେ ଘୋଷଣା କରି ତାର ସୁରକ୍ଷା ଓ ବିକାଶ କରିବା ତଥା ଗନ୍ଧମାର୍ଦ୍ଦନ ଅଂଚଳ ରେ ଏକ ଜାତୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ବଲାଙ୍ଗିର ଠାରେ ଆୟୁର୍ବେଦିକ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବାକୁ କୋଶଳ ଆନ୍ଦୋଳନ ର ନେତା ପ୍ରମୋଦ ମିଶ୍ର ଦାବୀ କରିଛନ୍ତି।
ଏହା ଛଡା ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ସୁରକ୍ଷା ଓ ପର୍ଯ୍ୟଟନ ଦୃଷ୍ଟିରୁ ଉଭୟ ପାର୍ଶ୍ଵର ବିକାଶ ପାଇଁ ତଥା ଏ ଅଂଚଳରେ କାଠ ମାଫିଆ ମାନେ କରୁଥିବା ଜଙ୍ଗଲ ଧ୍ୱଂସ ର ଅପଚେଷ୍ଟା କବଳରୁ ଅଂଚଳକୁ ରକ୍ଷା କରିବା ପାଇଁ ଯୋଜନା ପ୍ରଣୟନ କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି।ଏ ଅଂଚଳର ଲୋକ ପ୍ରତିନିଧୂମାନେ ଗନ୍ଧମାର୍ଦ୍ଦନ ର ସୁରକ୍ଷା ପାଇଁ ସମର୍ପିତ ହେବାକୁ ଶ୍ରୀ ମିଶ୍ର ଆହ୍ବାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31