Indus Valley Times

ଗମାଙ୍ଗ ପରିବାରର ଘର ବାହୁଡା : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ପତ୍ନୀ ଓ ପୁଅ

 Breaking News

ଗମାଙ୍ଗ ପରିବାରର ଘର ବାହୁଡା : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ପତ୍ନୀ ଓ ପୁଅ

January 17
18:23 2024

ଦିଲ୍ଲୀ,୧୭/୧ : କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର। ଦିଲ୍ଲୀରେ ପୂରା ପରିବାର କଂଗ୍ରେସରେ ମିଶିଲେ। ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଓ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି। କଂଗ୍ରେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି।
୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୩ ମସିହାରେ ବାପ-ପୁଅ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ସାମିଲ ହୋଇଥିଲେ।
ଆଗାମୀ ନିର୍ବାଚନରେ ଓଡ଼ିଶାରୁ ବିଆର୍ଏସ୍ରୁ ଲଢ଼ିବେ ବୋଲି ସପନ ଦେଇଥିଲେ। ହେଲେ ସେମିତି କିଛି ଦେଖିବାକୁ ମିଳିଲା ନାହିଁ। ଏବେ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଫେରିଛନ୍ତି।
ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସ ଟିକେଟରେ ୨୦୦୯ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ମସିହାରେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇନଥିଲା। ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Tags
Share

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031