Legatus

ଗାତ ଖୋଳୁଥିବାବେଳେ ଶ୍ରମିକଙ୍କ ଉପରେ ପଡିଲା କାନ୍ଥ, ଚାଲିଗଲା ଦୁଇ ଜୀବନ

 Breaking News

ଗାତ ଖୋଳୁଥିବାବେଳେ ଶ୍ରମିକଙ୍କ ଉପରେ ପଡିଲା କାନ୍ଥ, ଚାଲିଗଲା ଦୁଇ ଜୀବନ

ଗାତ ଖୋଳୁଥିବାବେଳେ ଶ୍ରମିକଙ୍କ ଉପରେ ପଡିଲା କାନ୍ଥ, ଚାଲିଗଲା ଦୁଇ ଜୀବନ
June 22
16:23 2024

ସୁବର୍ଣ୍ଣପୁର, ୨୨/୬: ଡ୍ରେନ ଖୋଳୁଥିବା ସମୟରେ ମାଡ଼ିବସିଲା କାନ୍ଥ, ୨ ଶ୍ରମିକ ମୃତ। ଏଭଳି ଦୁର୍ଘଟଣା ଘଟିଛି ସୋନପୁର ସହର ଗ୍ରୀଡ଼ କଲୋନୀରେ।କ୍ଷ ମୃତ ଦୁଇ ଶ୍ରମିକ ପତିପତ୍ନୀ ହୋଇଥବାବେଳ ସେମାନେ ସୁବଳୟା ଥାନା ବଡଖମର ପଞ୍ଚାୟତ ଅନ୍ତର୍ଗତ ରାଧାପୁର ଗାଁର ମନୁ ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ଦୁଲ୍ଳଭ ମିର୍ଦ୍ଧା ବୋଲି ଜଣାପଡିଛି।
ସୋନପୁର ଗ୍ରୀଡ଼ କଲୋନୀରେ ଯାଇଥିବା ଡ୍ରେନକୁ ସଫା କରିବାକୁ ଯାଇଥିବା ସମୟରେ ପାଖ କାନ୍ଥଟି ସେମାନଙ୍କ ଉପରେ ପଡିଯାଇଥିଲା। ଫଳରେ କାମ ଡ୍ରେନ ତଳେ ଚାପି ହୋଇଯାଇଥିଲେ ଉଭୟ ପତି ପତ୍ନୀ।
ଖବର ପାଇ ଦମକଳ ବାହିନୀ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବାବେଳେ ଆମ୍ବୁଲାନ୍ସ ସାହାଯ୍ୟରେ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
ଖବର ପାଇ ବୀରମହାରାଜପୁର ବିଧାୟକ ସୋନପୁର ମୁଖ୍ୟ ଡାକ୍ତରଖାନରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31