Indus Valley Times

ଗାନ୍ଧୀ ଜୟନ୍ତୀ ରୁ ଆଦିବାସୀ ବହୁଳ ଅଞ୍ଚଳରେ ଦଶପଲ୍ଲା ବିଧାୟକ ଙ୍କ “ଜନସଚେତନତା ଅଭିଯାନ” ର ଶୁଭାରମ୍ଭ

 Breaking News

ଗାନ୍ଧୀ ଜୟନ୍ତୀ ରୁ ଆଦିବାସୀ ବହୁଳ ଅଞ୍ଚଳରେ ଦଶପଲ୍ଲା ବିଧାୟକ ଙ୍କ “ଜନସଚେତନତା ଅଭିଯାନ” ର ଶୁଭାରମ୍ଭ

October 03
15:17 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲା,୩/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦଶ କ୍ରମେ ଗାନ୍ଧୀ ଜୟନ୍ତୀ ରୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ “ଜନସଚେତନତା ଅଭିଯାନ “ର ପ୍ରଥମ ଦିବସ ର ଶୁଭାରମ୍ଭ କରିଛନ୍ତି।ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ  ଚଡ଼େୟା ପଲ୍ଲୀ,ବାମ, ଖମଣ ଆଦିବାସୀ ବହୁଳ ଅଞ୍ଚଳ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଜନସଚେତନତା ଅଭିଯାନ ର ପ୍ରଥମ ଦିବସ ର ଶୁଭାରମ୍ଭ କରିଛନ୍ତି।ଏହି ଆଦିବାସୀ ଅଞ୍ଚଳ ଗୁଡ଼ିକୁ ବିଧାୟକ ଶ୍ରୀ ବେହେରା ଯାଇ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ।ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ନୀତି ନିୟମ ପାଳନ କରିବା ସହିତ ସାବୁନ ରେ ହାତକୁ ଧୋଇବା, ମାସ୍କ ବ୍ୟବହାର କରିବା,ସାମାଜିକ ଦୁରତ୍ଵ ବଜାୟ ରଖିବା ପାଇଁଁ ଆଦିବାସୀ ଲୋକମାନଙ୍କୁ ବିଧାୟକ ଶ୍ରୀ ବେହେରା ସଚେତନ କରିଥିଲେ।ତତ୍ ସହିତ କରୋନା ସମ୍ପର୍କିତ ସମସ୍ତ ନୀତି ନିୟମ ପାଳନ କଲେ କରୋନା ହାରିବ ଓଡ଼ିଶା ଜିତିବ ବୋଲି ଜନସାଧାରଣ ଙ୍କୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ଙ୍କ ସହିତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ  ଉପେନ୍ଦ୍ର କୁମାର ସାହୁ,ଦଶପଲ୍ଲା ବ୍ଲକ୍ ବିଜେଡ଼ି   ସଭାପତି ସୁଦାମ ଚରଣ ନାୟକ ଙ୍କ ସହ ବହୁ ବରିଷ୍ଠ ବିଜେଡ଼ି କର୍ମୀ  ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031