Indus Valley Times

ଗିରଫ ଡ୍ରାଇଭର ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀଙ୍କ ମୋବାଇଲ ଫୋନ୍‌

 Breaking News

ଗିରଫ ଡ୍ରାଇଭର ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀଙ୍କ ମୋବାଇଲ ଫୋନ୍‌

ଗିରଫ ଡ୍ରାଇଭର ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀଙ୍କ ମୋବାଇଲ ଫୋନ୍‌
October 22
11:06 2021

କଳାହାଣ୍ଡି ,୨୨/୧୦: କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡି ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମିଳିଛି । କେଗାଁ ପୋଲିସ ଦ୍ବାରା ରାଧେ ଘରୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି ।
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ । ଗୁରୁବାର ରାଧେକୁ ଗିରଫ କରିଥିଲା କେଗାଁ ଥାନା ପୋଲିସ । ମମିତା ମେହେର ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡିଙ୍କ ସ୍ତ୍ରୀ ଆଶା ଚଣ୍ଡି ଘରୁ ଏକ ବ୍ୟାଗ୍ ପାଇ କେଗାଁ ପୋଲିସକୁ ଦେଇଥିବା ପ୍ରକାଶ କରିଛନ୍ତି।
ଏକ ବ୍ୟାଗ୍ ରେ ନୂଆ ଡ୍ରେସ୍ ଓ ଏକ ମୋବାଇଲ୍ ଫୋନ୍, ଏକ ଚାର୍ଜର ଥିବା ଆଶା ଦେଖିବାକୁ ପାଇଥିଲେ। ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବାକୁ ଅପେକ୍ଷା କରିଥିବା ବେଳେ କେଗାଁ ପୋଲିସ ନେଇଥିବା ସେ ପ୍ରକାଶ କରିଛନ୍ତି ।
ମମିତା ମେହେର ହତ୍ୟା ଘଟଣାର ଚାଲିଛି ତନାଘନା । ରାଧେ ଏବଂ ଗୋବିନ୍ଦଙ୍କୁ ଧରି ଜାରି ରହିଛି ଛାନଭିନ୍। ଗୋବିନ୍ଦ ସାହୁଙ୍କୁ ସିନ୍ଧେକେଲା ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି। ନିଜେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍ପି କୁସଲକର ନୀତିନି ଡାଗଡୁଙ୍କ ତତ୍ତ୍ବାବଧାନରେ ମାମଲାର ପୂରା ତଦନ୍ତ ଚାଲିଛି ।
ଉଭୟ ମହାଲିଙ୍ଗ୍ ଖେଳପଡିଆ ଯାଇ ସ୍ପଟ୍ ଭେରିଫିକେଶନ କରିଛନ୍ତି । ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା ସହ କଳାହାଣ୍ଡିର ଯେଉଁ ସବୁ ସ୍ଥାନକୁ ଗୋବିନ୍ଦ ମମିତାଙ୍କୁ ନେଇକି ଯାଇଥିଲା ସେହି ସ୍ଥାନକୁ ଯାଇଛନ୍ତି ପୋଲିସ ଟିମ୍ । ପ୍ରଥମେ ମହାଲିଙ୍ଗରେ ପହଞ୍ଚିଥିଲେ ଉତ୍ତରାଞ୍ଚଳ ଡ଼ିଆଇଜି ଓ ଏସପି ।
ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲା ପରେ ଗୋବିନ୍ଦ ଯାହା ସବୁ କହିଛି ସେସବୁ ସତ ନା ନାହିଁ , ତାହା ତଦନ୍ତ କରିବା ପାଇଁ ସେସବୁ ସ୍ଥାନରେ ଅନୁଧ୍ୟାନ କରାଯାଇଛି। ସନସାଇନ୍ ସ୍କୁଲ ହଷ୍ଟେଲରେ ଡିଆଇଜି ପହଞ୍ଚି ତଦନ୍ତ କରିଛନ୍ତି। ଅଧିକ ତଦନ୍ତ ପାଇଁ ମହାଲିଙ୍ଗ ଖେଳ ପଡିଆକୁ ଆଉ ଥରେ ଖୋଳାଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ସନସାଇନ୍ ସ୍କୁଲ୍ ଓ କଲେଜରେ ମିଳିଥିବା ଅନୁଦାନ ସଂକ୍ରାନ୍ତରେ ଗୋଲମୁଣ୍ଡା ବିଡିଓ ଓ ତହସିଲଦାରଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି।
ସେପଟେ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଭୋର ୪ଟା ୧୫ମିନିଟରେ ମହାଲିଙ୍ଗ୍ ଖେଳ ପଡିଆରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ କୁସଲକର ନୀତିନ ଡାଗଡୁଙ୍କ ଉପସ୍ଥିତିରେ କ୍ରାଇମ୍ ସିନ୍ ରିକ୍ରେଏସନ କରାଯାଇଛି ।
ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ବଲାଙ୍ଗୀରରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମହାଲିଙ୍ଗ ଅଣାଯାଇଥିଲା। ମହାଲିଙ୍ଗ, ଚାନ୍ଧୋତରା, କୁରସୁଡରେ ଅଭିଯୁକ୍ତର କ୍ରାଇମ୍ ସିନ୍ ରିକ୍ରେଏସନ କରାଯାଇଥିଲା। ବର୍ତ୍ତମାନ ମୃତଦେହ ଉଦ୍ଧାର ସ୍ଥାନରେ ଫୋରେନସିକର ୩ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି। ସକାଳୁ ଲୋକ ଉଠିବା ପୂର୍ବରୁ ପୋଲିସ କ୍ରାଇମ୍ ରିକ୍ରିଏସନ ସାରି ଗୋବିନ୍ଦଙ୍କୁ ସିନ୍ଧେକେଲା ଥାନା ନେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031