Indus Valley Times

ଗେହ୍ଲାମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଆଇଆରବି ଚମ୍ପିୟାନ

 Breaking News

ଗେହ୍ଲାମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଆଇଆରବି ଚମ୍ପିୟାନ

ଗେହ୍ଲାମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଆଇଆରବି ଚମ୍ପିୟାନ
October 29
10:33 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୦: ବୌଦ୍ଧ କଚେରୀ ପଡିଆ ଠାରେ ଗେହ୍ଳାମାଁ କ୍ଳବ ପକ୍ଷରୁ ଚାଲିଥିବା ଗେହା୍ଳମାଁ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଛି । ଉଦଯାପନ ଦିବସର ଫାଇନାଲ ମ୍ୟାଚ ସମ୍ବଲପୁର ଓ ଆଇଆରବି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚଟି ବହୁ ଚିତାକର୍ଷକ ହୋଇଥିବା ବେଳେ ଖେଳର ନିଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ ଦେଇ ସମାନ ସ୍ଥିତିରେ ରହିଥିଲେ ।
ଫଳରେ ଟ୍ରାଇବ୍ରେକର ଜରିଆରେ ଆଇଆରବି ଦଳ ୩-୧ ଗୋଲରେ ସମ୍ବଲପୁର ଦଳକୁ ହରାଇ ଟୁର୍ଣ୍ରାମେଣ୍ଟ ଚମ୍ପିୟାନ ହୋଇଥିଲା ଓ ସମ୍ବଲପୁର ଦଳ ରନର୍ସ ହୋଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ପରିଜା,ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ବରିଷ୍ଠ କ୍ରିଡାବିତ ଯୁଗଳ କିଶୋର ସାମଲ ଯୋଗ ଦେଇଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ମ୍ୟାଚରେ ରେଫରୀ ଭାବରେ ଶେଷଦେବ ବେହେରା, ଶଶିକାନ୍ତ ଦାସିଆ, ଅଭିଳାଷ ସାହୁ ଓ ପ୍ରବୀଣ ବେହେରା ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଜୟତା ଦଳକୁ ୭୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜୟତା ଦଳକୁ ୫୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହ ଗେହ୍ଳାମାଁ ବ୍ଳକର ପୂର୍ବତନ ଖେଳାଳି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଚିନ୍ମୟ ସାହାଣୀ, ରୁପେଶ ଦେହୁରୀ, ମୁନା ବେହେରା, ସଚିନ ବାଘ, ବିଜୟ ବାରିକ , ଅଭିଳାଷ ବେହେରା, କୁବେର ବେହେରା, ସରୋଜ ମେହେର, ଅଭିନାଶ ବେହେରା, ଅଭିରାଜ ନାଏକ ପ୍ରମୁଖ ଟୁର୍ଣ୍ଣମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧରେ ମାଁ ମାହେଶ୍ୱରୀ ଯାତ୍ରା ଅନୁଷ୍ଠିତ
ବୌଦ୍ଧ;୨୮/୧୦: ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପିଠରେ ଶନିବାର ଦିନ ମା ମାହେଶ୍ୱରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଳକର ବଲାକିରା ଗ୍ରାମସ୍ଥିତ ମା ମାହେଶ୍ୱରି ଶକ୍ତି ପିଠରେ ଡୁମାଳ ସମାଜ ପକ୍ଷରୁ କୁମାର ପୁର୍ଣ୍ଣିମା ଉତ୍ସବ ପାଳିତ ହୋଇଛି ।
ପାଞ୍ଚ ଗୋଟି ପଞ୍ଚାୟତର ୨୫ ଗୋଟି ଗ୍ରାମର ଡୁମାଳ ସମାଜ ପରିବାର ଉତ୍ସବରେ ସାମିଲ ହୋଇଥିଲେ । ପରମ୍ପରା ଅନୁସାରେ ପୂଜକ ମାଁ ମାହେଶ୍ୱରୀଙ୍କ ପୂଜା , ଆଳତି, ଓ ହୋମ କରିବା ପରେ ମାଁଙ୍କ ଖଣ୍ଡା ଓ ଛତ୍ର ନଗର ପରିକ୍ରମା କରାଯାଇଥିଲା ।
ଏହି ଅବସରରେ ବାଡିଖେଳ, କିର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଜିଲ୍ଲାର ବାମଣ୍ଡା,ବିରନରସିଂହପୁର, ଆଦି ଗ୍ରାମ ଗୁଡିକରେ ଥିବା ଶକ୍ତି ପିଠରେ ମା ମାହେଶ୍ୱରୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଭାବ ରୂପକୁ ନେଇ ଭାବ ବିନିମୟ
ବୌଦ୍ଧ, ୨୯/୧୦: ଭାବ ରୂପ ନିବନ୍ଧ ସଂକଳନକୁ ନେଇ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ପୁସ୍ତକ ଲେଖକ କବି ପବିତ୍ର ମୋହନ ଦାଶଙ୍କ ଦ୍ୱାରା ବୌଦ୍ଧସ୍ଥିତ ବନ୍ୟା ଆଶ୍ରୟସ୍ଥଳି ଠାରେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧର ବିଶିଷ୍ଟ କବି କିଶୋର ମିଶ୍ର ଯୋଗ ଦେଇଥିବାବେଳେ ରେଢାଖୋଲର କବୟତ୍ରୀ ମାନୀନୀ ମିଶ୍ର ଏହି ଭାବ ବିନିମୟ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ଏହି ନିବନ୍ଧ ସଂକଳନରେ ଥିବା ପ୍ରତ୍ୟେକଟି କବିତାର ଭାବ ଓ କବିଙ୍କ ଉପସ୍ଥାପନା ସଂପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ କବି ଓ କବୟତ୍ରୀ ମାନେ ଲେଖକଙ୍କ ସହ ଆଲୋଚନା କରି ନିଜର ସନ୍ଦେହ ଦୁର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପାଟଣାଗଡର ବିଶିଷ୍ଟ କବୟତ୍ରୀ ଜ୍ୟେସ୍ନାରାଣୀ ଭୋଇ, ଢେଙ୍କାନାଳରୁ ପୁରବୀ ଶତପଥି, ମାନାମୟୀ ରଥ, ସୁବର୍ଣ୍ଣପୁରରୁ ସସ୍ମିତା ମେହେର, ବୌଦ୍ଧରୁ ଧୃବ ଚରଣ ଘିବେଲା, ରଜନୀକାନ୍ତ ଦାଶ, ଦୁଖିଶ୍ୟାମ ବେହେରା, ଶାନ୍ତନୁ ପାଣିଗ୍ରାହୀ, ରଂଜିତ ମହାକୁଳ, ରମେଶ ମେହେରଙ୍କ ସମେତ ଅନେକ କବି ଓ କବୟତ୍ରୀ ଯୋଗଦେଇଥିଲେ ।
ମାହେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୁଜନ ଉତ୍ସବ
ବୌଦ୍ଧ,୨୯/୧୦: ବୌଦ୍ଧ ବ୍ଳକର ବଘିଆପଡା ଗ୍ରାମପଞ୍ଚାୟତର ମାଝୀସାହି ଡୁମାଳ ସମାଜ କେନ୍ଦ୍ର ଠାରେ ନୁତନ ମାହେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ଭୁମି ପୁଜନ ଓ ଶୁଭଖୁଣ୍ଟି ସ୍ଥାପନ ହୋଇଛି । କେନ୍ଦ୍ରର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଭୁମିପୁଜନ ଉତ୍ସବରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟଜଳ , ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁମ ପୁଜନ ଓ ଶୁଭଖୁଣ୍ଟି ସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ, ଆଠମଲ୍ଲିକ ବ୍ଳକର ପୂର୍ବତନ ଚେୟାରମ୍ୟାନ ଚିତ୍ତ ରଞନ କର୍ଣ୍ଣ, ଡୁମାଳ ସମାଜର ସଭାପତି ସୀତାଂଶୁ ମହାକୁଡ , ପୂର୍ବତନ ସରପଞ୍ଚ ଦେବହରୀ ମହାକୁଡ, ଶୈଳେନ୍ଦ୍ରି ମହାକୁଡ ଉପସ୍ଥିତ ଥିଲେ ।
ମାହେଶ୍ୱରୀ ପୂଜକ ଜୟଶ୍ରୀ ପାତ୍ର ପୂଜା କାର୍ଯ୍ୟ କରିଥିଲେ । ଏହି ମନ୍ଦିର ନିର୍ମାଣ ପାଇ ମୁଖ୍ୟମନ୍ତ୍ରୀ ପାଣ୍ଠିର ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଅଛି । କାର୍ଯ୍ୟକ୍ରମକୁ କେନ୍ଦ୍ରର ସମ୍ପାଦକ ଧରଣୀଧର ଲଉରିଆ, ପୁର୍ବତନ ସମିତିସଭ୍ୟ ପ୍ରଭାତ ପ୍ରଧାନ ପରିଚାଳନା କରିଥିଲେ । ଏହି ଭୁମିପୂଜନ ଉତ୍ସବରେ ବଘିଆପଡା, ଟିକରପଡା, ଓ ବ୍ରାହ୍ମଣପାଲି ପଂଚାୟତର ଡୁମାଳ ସମାଜର କର୍ମକର୍ତ୍ତିା ସାମିଲ ଥିଲେ ।
ଭୋଟର ସଚେତନତା ଅଭିଯାନ ପଥ ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୨୯/୧୦: ବୌଦ୍ଧ ସହର ସ୍ଥିତ ମର୍ଯ୍ୟାକୁଦ ବ୍ରିଜ ଛକ ନିକଟରେ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ଅଭିଯାନ ପଥ ଉତ୍ସବ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାପରେ ନୂତନ ଭୋଟର ପଞ୍ଜିକରଣ ପାଇଁ ସଚେତନ ଓ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର‌୍ୟ୍ୟନ୍ତ ଯାଇ ମଞ୍ଚରେ ପହଁଚି ଥିଲା । ପରେ ମଞ୍ଚରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଜିଲ୍ଲା ପରିଷଦ ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ,ଜିଲ୍ଲା ନିର୍ବାଚନ ଅଧିକାରୀ ଶାଶ୍ୱତ ପ୍ରଧାନ,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଏସ୍. ଡି. ପି. ଓ ପ୍ରମୁଖ ଉପସ୍ଥିତ ଥିଲେ । ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପଥ ଉତ୍ସବ ଆୟୋଜିତ ହୋଇଥିଲା ଅଗାମୀ ଦିନରେ ଯେମିତି ସମସ୍ତେ ଶତପ୍ରତିସତ ଭୋଟ୍ ଦେବେ ସେଥିପାଇଁ ସଚେତନ କରାଯାଇଛି ।ଏଥିରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ ।
ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛକ୍ଷତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ଅତିଥି ପଥ ଉତ୍ସବ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।
ସହକାରୀ ଶିକ୍ଷକ, ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ପ୍ରଦୀପ ସାହୁ ଭୋଟର ସଚେତନତା ଉପଲକ୍ଷେ ଏକ କବିତା ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ଅନଲାଇନ କୁଇଜ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ବି. ଏଲ. ଓ, ସୁପରଭାଇଜର, ଅଧ୍ୟାପକ ପ୍ରବୀର ଦାଶ, ଅଧ୍ୟାପକ, ଆନନ୍ଦ ଦାଶ, ଆଇ. ପି. ଇ. ଆନନ୍ଦ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଭୋଟର ଙ୍କୁ ସଚେତନ କରିବା ପାଇଁ ଦୁଇ ଗୋଟି ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ କୌତୁକ ବେଶ ପୋଷାକ ପ୍ରଦର୍ଶିତ ସହିତ, ମିତା ଦିଦି ପ୍ରଦର୍ଶନ, ଦସ୍ତଖତ ଅଭିଯାନ, ନିର୍ବାଚନ ସମ୍ପର୍କିତ ଫଟୋ ପ୍ରଦର୍ଶନୀ, ମହାନଦୀ ବ୍ରିଜ ଉପରେ ମଧ୍ୟ ଭୋଟର ଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଥିଲା ।
ଶେଷରେ ଜିତେନ୍ଦ୍ର ମହାନ୍ତି -ଓଡିଶୀ ନୃତ୍ୟ, ସେଣ୍ଟ ଜାଭିୟର ସ୍କୁଲ ର ଶର୍ମିଷ୍ଠା ବାରିକ ଏବଂ ଆର୍ଯ୍ୟନ ନାରାୟନ ଦେବ – ସମ୍ବଲପୁରୀ ନୃତ୍ୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ଏବଂ ବୁଟୁପାଲି ୟୁ. ଜି. ଏମ. ଇ. ସ୍କୁଲ ର ଛାତ୍ରଛାତ୍ରୀ, ୩ ଟି ମାସ୍କଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହିତ ଉପ ଜ଼ିଲ୍ଲାପାଳ ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବ ଛାତ୍ର ସମ୍ମିଳନୀ
ବୌଦ୍ଧ,୨୯/୧୦: ବୌଦ୍ଧ ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରରେ ପୂର୍ବ ଛାତ୍ର ସମ୍ମିଳନୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପରିଚାଳନା କମିଟିର ସଭାପତି ରାଜ କିଶୋର ମହାରଣାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ରାଜ କୁମାର ପ୍ରଧାନ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟର ଗୌରବ ତଥା ବିଦ୍ୟାଳୟ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ବହନ କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ ।
ଏହା ସହ ଏକ ଉତ୍ତମ ନାଗରିକ ରୂପେ ସମାଜରେ ନିଜକୁ ପ୍ରତିପାଦନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ବିଦ୍ୟାଳୟର ଗୁରୁଜୀ ଗୁରୂମା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031