Indus Valley Times

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରର ତଦନ୍ତ କରିବ ଲୋକୟୁକ୍ତ

 Breaking News

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରର ତଦନ୍ତ କରିବ ଲୋକୟୁକ୍ତ

December 07
16:02 2020

ଭୁବନେଶ୍ୱର,୭/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ। ତଦନ୍ତ ପାଇଁ ସୋମବାର ଦିନ ଲୋକାୟୁକ୍ତଙ୍କୁ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ଭାବେ ମାମଲାର ତଦନ୍ତ ପାଇଁ ସୁପାରିସ କଲେ ରାଜ୍ୟ ସରକାର।
ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଆବାସରୁ ଉଠାଇ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଏବେ ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି ।
ଅନ୍ୟପକ୍ଷରେ ଦୁର୍ନୀତିର ପେଡ଼ି ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)କୁ ଚିଠି ଲେଖିଥିଲା। ମାମଲାକୁ ନେଇ ଇଡି ଘଟଣାର ତଦନ୍ତ ପାଇଁ ସବୁ କାଗଜପତ୍ର ମଗାଇଥିଲା। ଏବେ ଇଡି ପ୍ରଦୀପଙ୍କ ଦୁର୍ନୀତି ପେଡ଼ି ଖୋଲୁଛି। ସେପଟେ ଆକାଶ ପାଠକ ଟାଟାର କର୍ମଚାରୀକୁ ନେଇ ଜାରି ରହିଥିବା ସସ୍ପେନ୍ସ ଉପରୁ ପର୍ଦ୍ଦା ହଟିଛି। ଟାଟା ମୋର୍ଟ ସ୍ପଷ୍ଟୀକରଣ ଦେଇ କହିଛି, ଆକାଶ ଟାଟାରେ ଚାକିରି କରି ନାହାନ୍ତି।

-Odisha Reporter

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031