Indus Valley Times

ଗୋପାଳପୁର ବେଳଭୂମିରେ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ପରିବେଶ ସଚେତନତା କାର୍ଯ୍ୟକ୍ରମ

 Breaking News

ଗୋପାଳପୁର ବେଳଭୂମିରେ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ପରିବେଶ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର ବେଳଭୂମିରେ ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନର ପରିବେଶ ସଚେତନତା କାର୍ଯ୍ୟକ୍ରମ
May 14
11:13 2026

ମମତା ମହାପାତ୍ରଙ୍କ ରିପୋର୍ଟ
ଗୋପାଳପୁର/ଗଞ୍ଜାମ, ୧୪/୫ :ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ ଓ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ର ମିଳିତ ଆୟୋଜନରେ ଗୋପାଳପୁର ସମୁଦ୍ର ବେଳଭୂମିରେ ଏକ ବିଶାଳ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା।
ସମୁଦ୍ରତଟର ସୌନ୍ଦର୍ଯ୍ୟ ଓ ପରିବେଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ ସ୍ଥାନୀୟ ଯୁବକ-ଯୁବତୀ, ସ୍ୱେଚ୍ଛାସେବୀ, ପରିବେଶପ୍ରେମୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉତ୍ସାହର ସହିତ ଭାଗ ନେଇଥିଲେ।
ଏହି ସ୍ୱଚ୍ଛତା ଅଭିଯାନ ସମୟରେ ପ୍ରାୟ ୨ କିଲୋମିଟର ଧରି ବିସ୍ତୃତ ଗୋପାଳପୁର ସମୁଦ୍ର ବେଳଭୂମିରୁ ପ୍ଲାଷ୍ଟିକ ଆବର୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ୍ ଓ ଅନ୍ୟାନ୍ୟ ଅପଚୟ ପଦାର୍ଥ ସଂଗ୍ରହ କରାଯାଇଥିଲା।
ସମୁଦ୍ର ପରିବେଶ ଉପରେ ପ୍ଲାଷ୍ଟିକ ଦୂଷଣର କୁପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ସମୁଦ୍ରଜୀବ ଓ ପର୍ଯ୍ୟଟନ ଉପରେ ପ୍ଲାଷ୍ଟିକ ଆବର୍ଜନାର ଖରାପ ପ୍ରଭାବ ବିଷୟରେ ଅଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ଇଣ୍ଟର ନେସନାଲ ଓଡ଼ିଆ ଫାଉଣ୍ଡେସନର ଅଧକ୍ଷ ପ୍ରତାପ ନାୟକ, ପରିବେଶ ମୁଖ୍ୟ ରବି ସାହାଣୀ, ଓଡ଼ିଶା ଇଭେଣ୍ଟ କୋଡ଼ିନେଟର ସମୀରା ନାୟକ, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ – ଆନ୍ତର୍ଜାତୀୟ ଅଧ୍ୟକ୍ଷ,
ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମେହେର – ଆନ୍ତର୍ଜାତୀୟ ଉପ ସଭାପତି, ଶ୍ରୀଯୁକ୍ତ ରବି ଶଙ୍କର ଶର୍ମା – ଜାତୀୟ ସଭାପତି, ଶ୍ରୀଯୁକ୍ତ ସଞ୍ଜିତ ନାୟକ – ସାଧାରଣ ସମ୍ପାଦକ,
ଶ୍ରୀଯୁକ୍ତ ସୁବାଷ ସାହୁ – ଉପଦେଷ୍ଟା – ସେହିପରି ଗ୍ରୀନ ପିସ୍ ଭିଲେଜ୍ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, ଶ୍ରୀଯୁକ୍ତ ବିକାଶ ନାହାକ -ସଭାପତି , ଶ୍ରୀଯୁକ୍ତ ରବୀନ୍ଦ୍ର ନାୟକ-ଉପଦେଷ୍ଟା ଶାନ୍ତନୁ ନାହାକ, ଲକ୍ଷ୍ମୀନାରାୟଣ ନାହାକ, ଆଲୋକ ନାହାକ, ଦେବାଶିଷ୍ ନାହାକ, ଉପଦେଷ୍ଟା ପଞ୍ଚାନନ ଖଟୁଆ , ପ୍ରତାପ ନାହାକ, ବିଘ୍ନରାଜ ନାହାକ ଅଂଶଗ୍ରହଣ କରି “ସ୍ୱଚ୍ଛ ସମୁଦ୍ରତଟ, ସୁରକ୍ଷିତ ପରିବେଶ” ବାର୍ତ୍ତାକୁ ସମସ୍ତଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଶପଥ ଗ୍ରହଣ କରିଥିଲେ।
ଆୟୋଜକମାନେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ କେବଳ ସମୁଦ୍ରତଟକୁ ସଫା ରଖିବାରେ ସହାୟକ ନୁହେଁ, ବରଂ ଜନସାଧାରଣ ଙ୍କ ମନରେ ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ଜାଗୃତ କରିଥାଏ।
ଗୋପାଳପୁର ସମୁଦ୍ର ବେଳଭୂମିରେ ଆୟୋଜିତ ଏହି ଅଭିଯାନ ସମାଜ ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକମୁକ୍ତ ନୂତନ ଭାରତ ଗଠନ ପାଇଁ ଏପରି ସାମୂହିକ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31