Indus Valley Times

ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ଥିବା ଅଭିଯୋଗକୁ ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

 Breaking News

ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ଥିବା ଅଭିଯୋଗକୁ ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ଥିବା ଅଭିଯୋଗକୁ ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ
November 21
20:31 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନାମରେ କିଛି ଦିନ ତଳେ ଏକ ଲିଖିତ ଅଭିଯୋଗ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ହୋଇଥିଲା।
ଉକ୍ତ ଅଭିଯୋଗ କୁ ଆଧାର କରି ତଦନ୍ତ ପାଇଁ ଶୁକ୍ରବାର ଏକ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଏଡିଏମ ଅକ୍ଷୟ କୁମାର ସାହୁ, ପ୍ରତିଷ୍ଠାନ ଅଧିକାରୀ ରାଜକିଶୋର ସିଂ ପ୍ରମୁଖ ଆସି ତଦନ୍ତ କରିଛନ୍ତି। ସୂଚନାନୁଯାୟୀ ସେପ୍ଟେମ୍ବର ମାସ ୨୨ ତାଗିଖ ଦିନ ସୁବର୍ଣ୍ଣଗିରି ସରପଞ୍ଚ ସୋମନାଥ ପ୍ରଧାନ ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ।
ଅଭିଯୋଗ ପତ୍ରରେ, ତଳ କର୍ମଚାରୀ ଓ ରୋଗୀମାନ ଙ୍କ ଠାରୁ ଟଙ୍କା ମାଗିବା, ମଦ୍ୟପାନ କରି ଘରେ ଶୋଇବା , ରାଗ ରଖି କର୍ମଚାରୀଙ୍କୁ ହଇରାଣ କରିବା, ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାସକୁ ୪ ରୁ ୫ ଦିନ ମାତ୍ର ରହୁଛନ୍ତି ବୋଲି ଅନେକ ଅଭିଯୋଗ ରହିଥିଲା।
ଏହି ସବୁ ଅଭିଯୋଗ କୁ ସ୍ଥାନୀୟ ଲୋକ ଏବଂ ଆଶା କର୍ମୀ, ଏଏନଏମ ଓ ଅନ୍ୟ ସବୁ କର୍ମଚାରୀ ଖଣ୍ଡନ କରିଛନ୍ତି। ତଦନ୍ତକାରୀ ଦଳ ଶୁକ୍ରବାର ଜଣ, ଜଣ ଙ୍କୁ ଡାକି ପଚାରି ବୁଝିଥିଲେ।
କିନ୍ତୁ ସୁବର୍ଣ୍ଣଗିରି ସରପଞ୍ଚ ଙ୍କୁ ଛାଡିଦେଲେ ଅନ୍ୟ ସ୍ଵାକ୍ଷର କରିଥିବା ଅଭିଯୋଗ କାରି କେହିମଧ୍ୟ ଆସିନଥିଲେ। ଏ ସମ୍ପର୍କ ରେ ଗୁଗୁରୁମାହା ସରପଞ୍ଚ ମଶେଷ କାର୍ଜିମାଝି ଓ ସୁବର୍ଣ୍ଣଗିରି ସମିତି ସଭ୍ୟା ସଞ୍ଜୁ ପ୍ରଧାନ ଙ୍କୁ ପଚାରିବାରୁ ସେମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି।
କାହିଁକିନା ଆମେ ନୂତନ ବ୍ଲକ ଗଠନ କରିବାକୁ ବସିବା ସମୟରେ ଆମ ସମସ୍ତ ଙ୍କ ଦସ୍ତଖତ ନେଇଥିଲେ ଓ ଆମ ଆଜ୍ଞାତରେ ଡାକ୍ତର ଙ୍କ ବିରୋଧରେ ଲେଖି ଦେଇଥିବା ପ୍ରକାଶ କରିଛନ୍ତି ଗୁଗୁରୁମାହା ସରପଞ୍ଚ।
ଡାକ୍ତର ନାମରେ ଥିବା ସମସ୍ତ ଅଭିଯୋଗ କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସାଂସଦ ପ୍ରତିନିଧି ସନୁ ପ୍ରଧାନ ଓ କୋଟଗଡ଼ ଅଞ୍ଚଳବାସୀ ଭିତ୍ତି ହୀନ ବୋଲି କହିଛନ୍ତି।
ଆଶା, ଏଏନଏମ, ଷ୍ଟାପନର୍ସ, ନର୍ସିଙ୍ଗ ଅଫିସର, ଡାକ୍ତର ଓ ସମସ୍ତ ହସ୍ପିଟାଲ କର୍ମଚାରୀ ସମସ୍ତେ ଡାକ୍ତର ଭଗବାନ ସୁରେନ ଇନଚାର୍ଜ ହିସାବରେ ଭଲ ଥିବା କହୁଥିବା ବେଳେ ତଦନ୍ତ କାରୀ ଟିମ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ ବନବାସୀ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ
ବାଲିଗୁଡା, ୨୧/୧୧: ଓଡିଶା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଛାତ୍ର ଛାତ୍ରୀ ମାନେ ଉଲ୍ଲେଖ ନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲାକୁ ଚମ୍ପିୟାନ କରାଇପାରିଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।
ଯେଉଁ ଥିରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନେ ଯୋଗଦେଇ ନିଜର ସୃଜନାତ୍ମକ, ସାଂସ୍କୃତିକ, ଶିକ୍ଷାମୂଳକ ଓ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିଲେ ।
ଏହି ପ୍ରତିଯୋଗିତାରେ ବନଵସୀ ସେବା ସମିତି ଅଧୀନରେ ଥିବା ଶିଶୁ ସଦନ ବାଲିଗୁଡା, ଜକିକିଆ, ରେବିଙ୍ଗିଆ ଏବଂ ଡ଼ଙ୍ଗରୀଗୁଡାର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସମଗ୍ର କନ୍ଧମାଳ ଜିଲ୍ଲା କୁ ଚମ୍ପିୟାନ କରି ଗର୍ବିତ କରାଇ ପାରିଛନ୍ତି ।
ଏହି ଅବସରରେ ବନବାସୀ ସେବା ସମିତିରେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଶିଶୁ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।
ଶିଶୁ ମାନଙ୍କର କୃତିତ୍ୱ ସକାଶେ କନ୍ଧମାଳ ଜିଲ୍ଲା ପ୍ରଶାସନର ସହଯୋଗ ଏବଂ ଜିଲ୍ହା ଶିଶୁ ସୁରକ୍ଷା ୟୁନିଟର ପ୍ରୋତ୍ସାହନ ସକାଶେ ସମିତି ର ସହ ସମ୍ପାଦକ ସେମାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ତୁମୁଡିବନ୍ଧରେ ବୁଲିଲା ବୁଲ ଡୋଜର : ସରକାରୀ ଜମି ଜବରଦଖଲ ଅଭିଯୋଗ ରେ ୬ଟି ଘର ଭାଙ୍ଗିଲା ପ୍ରଶାସନ
ବାଲିଗୁଡା, ୨୧/୧୧: ରାଜ୍ୟରେ ନୂତନ ସରକାର ଗଠନ ପରେ ସମଗ୍ର ଓଡିଶାରେ ସରକାରୀ ଜମି ଜବରଦଖଲକାରି ଙ୍କ ଉପରେ କଡା ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଦୋଳଗୋବିନ୍ଦ ସାହୁ ଙ୍କ ନେତୃତ୍ୱରେ ସରକାରୀ ଜମି ଜବରଦଖଲ କରିଥିବା ଜବରଦଖଲ କାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ତୁମୁଡିବନ୍ଧ ବ୍ଲକ ର ଆମ୍ବେଦକର ଛକ ନିକଟରେ ୫୯ ନଂ. ଜାତୀୟ ରାଜପଥ କୁ ଲାଗି ରହିଥିବା ୬ ଟି ମାଟି ଘରକୁ ଉଛେଦ କରିଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ଉକ୍ତ ଅଞ୍ଚଳ ରେ ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ଓ ଗ୍ରାମର ଉନ୍ନତି କରଣ ନିମନ୍ତେ ଦମକଳ ବାହିନୀ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଉକ୍ତ ୬ଟି ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗିଦିଆଯାଇଛି ।
ଏହି ଅଞ୍ଚଳରେ ତୃତୀୟ ଥର ପାଇଁ ବୁଲଡୋଜର ଚାଲୁଥିବା ଦେଖି ଜବରଦଖଲ କାରୀଙ୍କ ମନରେ ଛନକା ପଶିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏକାଧିକ ଜବର ଦଖଲ କରି ରହିଥିବା ଘର ଗୁଡିକୁ ଉଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ଏଭଳି ଉତ୍ତମ କାର୍ଯ୍ୟ ପାଇଁ ତୁମୁଡିବନ୍ଧ ଅଞ୍ଚଳବାସୀ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି ।
ମରାଣାତ୍ମକ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତକୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ
ବାଲିଗୁଡା, ୨୦/୧୧ : ଗୁରୁବାର ଏକ ମରାଣାତ୍ମକ ଆକ୍ରମଣ ମାମଲାର ବିଚାର କରି ବାଲିଗୁଡା ଅଦାଲତ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକା ୧ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୁକ୍ତ ଦ୍ୱୟ ହେଲେ ତୁମୁଡିବନ୍ଧ ଥାନା କେନ୍ଦୁପଡା ଅଞ୍ଚଳ ର ବିକ୍ରମ ଓରଫ ବଳରାମ ମାଝୀ ଏବଂ ପରମେଶ୍ୱର ପରାସେଠ । ଘଟଣା ରୁ ପ୍ରକାଶ ଯେ, ୨୦୧୯ ମସିହା ନଭେମ୍ବର ମାସ ୧୪ ତାରିଖ ରାତ୍ର ରେ ବଳରାମ ଓ ପରମେଶ୍ୱର ଦୁହେଁ ମିଶି ସାମୁଏଲ ନାୟକଙ୍କ ସହ କୌଣସି କାରଣ ରୁ ଝଗଡା ଲାଗିଥିଲେ, ତାହା ସାମାନ୍ୟ ପାଟିତୁଣ୍ଡ ରୁ ଏକ ବଡ ଧରଣର ଗଣ୍ଡଗୋଳ ହୋଇ ଏକ ଅସ୍ତ୍ର ସାହାଯ୍ୟରେ ମୁଣ୍ଡ ଓ ଗୋଡ଼କୁ ପିଟି ମୁର୍ମୁଷ ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇଥିଲେ ।
ସକାଳ ସୁଦ୍ଧା ସାମୁଏଲ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ।
ଏ ନେଇ ସାମୁଏଲର ପରିବାର ପକ୍ଷରୁ ୧୮ ତାରିଖ ଦିନ ତୁମୁଡିବନ୍ଧ ଥାନାରେ ଏତଲା ଦିଆଯାଇଥିଲା ।
ଏତଲା କୁ ଭିର୍ତ୍ତି କରି ତୁମୁଡିବନ୍ଧ ପୁଲିସ୍ ଏକ ମାମଲା ରୁଜୁକରି କେଶ ନଂ. ୮୦/୨୦୧୯ ଏବଂ ଦଫା. ୩୦୭/୩୪ ଆଇପିସି ପ୍ରକାରେ ତୁମୁଡିବନ୍ଧ ଥାନାର ଭକ୍ତ ଚରଣ ମୁଖି ତଦନ୍ତ ଆରମ୍ଭ କରି ବଳରାମ ଓ ପରମେଶ୍ୱର ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଗୁରୁବାର ଏହି ମାମଲାର ଶୁଣାଣୀ କରି ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ଵ କୁମାର ରାୟ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଣୀ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ସୁରେଶ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031