Indus Valley Times

ଗୋସୁରକ୍ଷା ନେଇ କର୍ମଶାଳା ଉଦଘାଟନ କଲେ ବିଧାୟକ ପ୍ରଦିପ କୁମାର ଅମାତ

 Breaking News

ଗୋସୁରକ୍ଷା ନେଇ କର୍ମଶାଳା ଉଦଘାଟନ କଲେ ବିଧାୟକ ପ୍ରଦିପ କୁମାର ଅମାତ

ଗୋସୁରକ୍ଷା ନେଇ କର୍ମଶାଳା ଉଦଘାଟନ କଲେ ବିଧାୟକ ପ୍ରଦିପ କୁମାର ଅମାତ
October 17
20:49 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭ା୧୦ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳା ପରିସରରେ ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ ଓ ଶ୍ରୀଗୋବିଜ୍ଞାନ ଫାଉଣ୍ଡେସନ ଓଡ଼ିଶା ମାର୍ଗଦର୍ଶନରେ ଗୋସୁରକ୍ଷା ଓ ଗୋଆଧାରିତ ଜୀବିକା ଉପରେ ଏକ କର୍ମଶାଳା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ବାବା ଖଗେଶ୍ୱର ବାନପ୍ରସ୍ତିଙ୍କ ଦ୍ୱାରା ଗୋପୂଜନ,ଗୋସେବା,ଗୋବନ୍ଦନା ପରେ ଆୟୋଜିତ କର୍ମଶାଳାକୁ ମୁଖ୍ୟଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀଅମାତ ଗୋଶାଳାର ଭିତିଭୂମି ନିର୍ମାଣ ନିମନ୍ତେ ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେବା ସହିତ ଗୋମାତାର ସୁରକ୍ଷା ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ନିର୍ଗୁଣ ମହାକୁଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ସମ୍ପଦାକ କୃତିବାସ ପଲିଆ ,ଗୋଶାଳାର ଉପାଧ୍ୟକ୍ଷ ବୈଦ୍ୟ ହୃଷିକେଶ କ୍ଷେତି ,ସହସମ୍ପାଦିକା ସୁଷମା ଲଉରିଆ ପ୍ରମୁଖ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ମୁଖ୍ୟବକ୍ତା ଭାବରେ ବାବା ମଧୁସୁଦନ ଦାସ ଯୋଗଦେଇ ଗୋମାତାଙ୍କ ଉତ୍ପତି,ଗୋ ମାହାତ୍ମ୍ୟ ଓ ଗୋ ଆଧାରିତ ଜିବିକା ଉପରେ ବକ୍ତବ୍ୟ ରଖିଥିଲେ । ବୌଦ୍ଧଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା ଓ ପୁରୁୁଣାକଟକ ପ୍ରାଣୀ ଚିକିତ୍ସାଧିକାରୀ ଡା.ରୁଥ ଡୁଙ୍ଗ ଡୁଙ୍ଗ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୋଶାଳା ପରିଚାଳନାରେ ସରକାରୀ ସହାୟତା ଉପରେ ସୂଚନା ଦେଇଥିଲେ ।
କର୍ମଶାଳାର ମୁଖ୍ୟ ପ୍ରଶିକ୍ଷକ ଭାବରେ ସମାଜିକ କର୍ମୀ କେଦାରନାଥ ସାହୁ ଯୋଗଦେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ବେକାର ଯୁବକ ଯୁବତୀ,କୃଷିମିତ୍ର,ପ୍ରାଣୀମିତ୍ର ଓ ବୈଦ୍ୟମାନେ ଗୋପାଳନକୁ ଜିବିକା ଭାବରେ ଗ୍ରହଣ କଲେ ନିଜର ଅର୍ଥନିତି ସୁଦୃଢ ହେବା ସହିିତ ଗୋସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ବାମଣ୍ଡା ସରପଞ୍ଚ ଲଳିତ ଥାଟି,ଖୁଣ୍ଟବନ୍ଧ ସମିତି ସଭ୍ୟ ଯୁଧିଷ୍ଠିର ବାରିକ,ସମାଜସେବୀ ହରି ମିଶ୍ର,ସମିତିସଭ୍ୟା ରୀତାଞ୍ଜଳୀ ମିଶ୍ର, ସାମ୍ବାଦିକ କମ୍ଭୁ କ୍ଷେତି,ଗୋସେବକ କାର୍ତ୍ତିକ ମହାକୁଡ,ଗୋ ଚିକିତ୍ସକ ଅଶୋକ ଶତପଥୀ,ବାବା କୁଞ୍ଜବନ ଓ ଭାଗ୍ୟଧର ମହାକୁଡ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପପୁନ ଗାଈଗୌରିଆ,ଭାରତାପୁର ମାହେଶ୍ୱରୀ କ୍ଲବର ଯୁବ ସ୍ୱେଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ ଶେଷରେ କୋଷାଧ୍ୟକ୍ଷ ଉଦ୍ଧବ କଲତା ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧବ୍ଲକ ସମବାୟ ସମିତି ସମ୍ପାଦକ ସଂଘ ଗଠିତ, ସଭାପତି ହେଲେ ଖୁଣ୍ଟବନ୍ଧ, ସମ୍ପାଦକ ଦେବାଶିଷ ମିଶ୍ର
ବୌଦ୍ଧ/ଜହ୍ନାପଙ୍କ,୧୭ା୧୦ : ବୌଦ୍ଧ ବ୍ଳକ ଓ ବୌଦ୍ଧ ଏନଏସି ଅନ୍ତର୍ଗତ ସମସ୍ତ ୧୪ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନେଇ ବୌଦ୍ଧବ୍ଲକ ସମବାୟ ସମ୍ପାଦକ ସଂଘ ରବିବାର ଦିନ ଗଠିତ ହୋଇଯାଇଛି । ଐତିହାସିକ ଚାରିଶମ୍ଭୁ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା ।
ସଂଘର ସଭାପତି ଭାବରେ ଖୁଣ୍ଟବନ୍ଧ ସେବା ସମବାୟ ସମିତିର ସମ୍ପାଦକ ଦେବାଶିଷ ମିଶ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ସମ୍ପାଦକ ଭାବରେ ମନୁପାଲି ସେବା ସମବାୟ ସମିତିର ସମ୍ପାଦକ ଯତୀନ ଶଙ୍କର ଭୋଇ ଓ କୋଷାଧ୍ୟକ୍ଷ ଭାବରେ ତେଲିବନ୍ଧ ସେବା ସମବାୟ ସମିତିର ସମ୍ପାଦକ ସୀତାରାମ ମେହେରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସମବାୟ ସମିତିର ସମ୍ପାଦକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ସମବାୟର ବିକାଶ ଦିଗରେ ସଂଘ କାର୍ଯ୍ୟ କରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।
ସାମ୍ବାଦିକ କୁନା ବେହରାଙ୍କ ଭାତୃ ବିୟୋଗ
ବୌଦ୍ଧ,୧୭ା୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ତଳଗାଁର ସାମ୍ବାଦିକ କୁନା ବେହରାଙ୍କ ଭାଇ ଅନିରୁଦ୍ଧ ବେହେରାଙ୍କ ରବିବାର ଦିନ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ହୋଇଥିଲା । ସମ୍ବାଦିକ ଶ୍ରୀ ବେହେରାଙ୍କ ଭାଇ ବନ ବିଭାଗରେ ୱାଚର ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ପ୍ରାୟ ୪ ମାସ ତଳେ କରୋନା ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । କରୋନାରୁ ଭଲ ହେବା ପରେ ସେ ବିଭିନ୍ନ ସମୟରେ ଅସୁସ୍ଥ ଓ ଦୁର୍ବଳ ଅନୁଭବ କରୁଥିଲେ । କିନ୍ତୁ ଶିନିବାର ଦିନ ହଠାତ ତାଙ୍କର ମଧୁମେହ ଓ ଉକ୍ତରକ୍ତ ଚାପ ବଢିଯାଇଥିବା ସହ ବାନ୍ତି ହୋଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଔଷଧ ଦେଇଥିଲେ । କିନ୍ତୁ ରବିବାର ଦିନ ୧୧ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଶେଷ କୃତ୍ୟୁ ଗାଁ ଶ୍ମସାନରେ କରାଯାଇଥିବା ଜଣାପଡିଛି । ଅନିରୁଦ୍ଧ ଦୀର୍ଘ ୨୫ ବର୍ଷ ହେବ ବନ ବଭାଗରେ ୱାଚର ଭାବେ କାର୍ଯ୍ୟ କରି ଆସୁଥିଲେ ଓ ଅବିବାହିତ ଥିଲେ । ସେ ଜଣେ ମେଳାପି, ଭଦ୍ର,ଆମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ତଳଗାଁ ଅଞ୍ଚଳେ ଶୋକର ଛାୟା ଖେଳିଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031