Indus Valley Times

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ନୟାଗଡ଼ ବିଜେଡି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର

 Breaking News

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ନୟାଗଡ଼ ବିଜେଡି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର

November 22
18:09 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୧୧: କେନ୍ଦ୍ର ମୋଦି ସରକାର ଙ୍କ ବିରୁଦ୍ଧରେ ଗର୍ଜୀଲା ବିଜେଡି। ନୟାଗଡ଼ ପୈାରାଞ୍ଚଳ ଏବଂ ବ୍ଲକର ଶହଶହ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଥିଲେ। ନୟାଗଡ଼ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ଏକ ରାଲିରେ ବାହାରି ବସଷ୍ଟପ ଦେଇ ବ୍ଲକ ଏବଂ ପୈାରପାଳିକା ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ।
ମୋଦି ସରକାର ଡାଉନ୍ ଡାଉନ୍, ଉଜ୍ଜ୍ୱଳା ଯୋଜନା କୁଆଡେ ଗଲା ନାରାବାଜି କରିବା ସହ ନୟାଗଡ଼ ବିଡ଼ିଓ ଭିକାରୀ ସାହୁ ଏବଂ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଟକ ଆରଡିସିଙ୍କୁ ଦାବିପତ୍ର ଦେଇଥିଲେ। ଏହି ଆନ୍ଦୋଳନ ରେ ନୟାଗଡ ବ୍ଲକ ମହିଳା ସଭାନେତ୍ରୀ ସୁମତି ପରିଡା, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ସଭାପତି ଦୁର୍ଯୋଧନ ବେହେରା। ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର,ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930