Indus Valley Times

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
December 01
19:34 2023

ଭୁବନେଶ୍ବର/ଘଟଗାଁ,୧/୧୨: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ବି ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ଖାଇଥିଲା।
ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଭ୍ୟାନରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଭୋର ସମୟରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର କମ୍ ଦୃଶ୍ୟମାନତା ହେତୁ ରାସ୍ତାକଡ଼ରେ ଥିବା ଟ୍ରକଟିକୁ ଦେଖିପାରିନାହାନ୍ତି କିଂବା ଢ଼ୁଲାଇ ପଡ଼ିଥିବା ହେତୁ ପୂରା ବେଗରେ ଥିବା ବେଳେ ଟ୍ରକ ସହ ପିଟି ଭ୍ୟାନ୍ ହୋଇଛି ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣାରେ ଭ୍ୟାନର ସାମନା ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031