Legatus

ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍; ୧୦ଟି ସ୍ଥାନ଼ରେ ଚଢ଼ାଉ

 Breaking News

ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍; ୧୦ଟି ସ୍ଥାନ଼ରେ ଚଢ଼ାଉ

January 19
11:36 2024

ସୁନ୍ଦରଗଡ଼, ୧୯/୧: ଆୟକର ଠକେଇ ଅଭିଯୋଗରେ ଜଣାଶୁଣା କୋଇଲା ବ୍ୟବସାୟୀ ଶିଳ୍ପପତି ଘନଶ୍ୟାମ ଡାଲମିଆ ଓରଫ ବଣ୍ଟି ଡାଲମିଆଙ୍କ ୧୦ଟି ଠିକଣାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି।
ଆଜି ଦ୍ବିତୀୟ ଦିନରେ ବି ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଶହେରୁ ଅଧିକ ଅଧିକାରୀ ଯାଞ୍ଚ ଚଳାଇଥିବାବେଳେ ଟିମ୍ ହାତରେ ବହୁ ମୂଲ୍ୟବାନ ଦସ୍ତାବିଜ ଓ ନଗଦ ଟଙ୍କା ଲାଗିଥିବା କୁହାଯାଉଛି। ଆୟକର ବିଭାଗର ଏହା ବଡ଼ ଧରଣର ଚଢ଼ାଉ ହୋଇଥିବାବେଳେ ବଣ୍ଟିଙ୍କ ବିପୁଳ ଆୟକର ଠକେଇ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।
ବଣ୍ଟି ଡାଲମିଆ ସୁନ୍ଦରଗଡ଼ ଓ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ବିଶିଷ୍ଟ କୋଇଲା ବ୍ୟବସାୟୀ। ତାଙ୍କର ଛତିଶଗଡ଼, ଓଡ଼ିଶା, ମୁମ୍ୱାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବହୁ ଶିଳ୍ପାନୁଷ୍ଠାନ, କାରଖାନା, କୋଇଲା ବ୍ୟବସାୟ ସହ ହୋଟେଲ ରହିଛି।
ଗୁରୁବାର ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳ ସହ ରାଉରକେଲା, ସମ୍ବଲପୁର, ଭୁବନେଶ୍ବର, ଛତିଶଗଡ଼ ଓ ମହାରାଷ୍ଟ୍ରର ୧୦ ଜଣିଆ ଟିମ୍ ବଣ୍ଟି ଡାଲମିଆଙ୍କ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର ଘର, ସୋରୁମ, ସ୍ପଞ୍ଜ ଆଇରନ ଫାକ୍ଟ୍ରି, କାର୍ଯ୍ୟାଳୟ, ଏମସିଏଲ୍ କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାୟଗଡ଼ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫାକ୍ଟ୍ରି, ଘର, ରାୟପୁର ଘର , କାର୍ଯ୍ୟାଳୟ, ବିଳାସପୁର ହୋଟେଲ ସହ ତାଙ୍କ ବଡ଼ ଭାଇ ବାବୁଲୁ ଡାଲମିଆଙ୍କ ରାଉରକେଲା ସିଭିଲଟାଉନସିପସ୍ଥିତ ଘର, ବରପାଲି ସ୍ଥିତ ଫାକ୍ଟ୍ରିରେ ଚଢ଼ାଉ କରିଥିଲା। ଅନେକ କାର୍ଯ୍ୟାଳୟ, ଘରକୁ ସିଲ୍ କରିବା ସହ ମ୍ୟାନେଜର, କମର୍ଚାରୀମାନଙ୍କୁ ଅଟକ ରଖିଥିବା ଓ ମୋବାଇଲ୍ ଜବତ କରି ନେଇଥିବା ସୂଚନା ଆସିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31