Indus Valley Times

‘ଘରୋଇ ସ୍କୁଲ ଫି ଛାଡ଼’ ମାମଲାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ସରକାର

 Breaking News

‘ଘରୋଇ ସ୍କୁଲ ଫି ଛାଡ଼’ ମାମଲାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ସରକାର

‘ଘରୋଇ ସ୍କୁଲ ଫି ଛାଡ଼’ ମାମଲାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ସରକାର
March 22
13:17 2021

ଭୁବନେଶ୍ୱର,୨୨/୩ : ଘରୋଇ ସ୍କୁଲ ଫି ଛାଡ଼ ମାମଲାରେ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ । ରାଜ୍ୟ ଅଭିଭାବକ ମହାସଂଘ ଆଜି ଏକ ପ୍ରେସ୍ମିଟ୍ କରି ଏହି ଦାବି କରିଛି ।
ମହାମାରୀ ବେଳେ ଘରୋଇ ସ୍କୁଲର ଫି ଆଦାୟ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏମ୍ଓୟୁର କାର‌୍ୟ୍ୟକାରୀ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେଉଁ ଅଭିଯୋଗକାରୀ ସ୍କୁଲ ମାନଙ୍କର ଏମ୍ଓୟୁ ଉପରେ ଅଭିଯୋଗ ରହିଛି ସେମାନେ ରାଜ୍ୟ ସରକାରଙ୍କ ପାଖରେ ସାତ ଦିନ ଭିତରେ ଲିଖିତ ଆକାରରେ ଅଭିଯୋଗ ଦାଖଲ କରିପାରିବେ।
ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଏହା କହିବା ପରେ ଅଭିଭାବକ ସଂଘ ପ୍ରେସମିଟ୍ରେ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି। ଆବେଦନକାରୀ ସ୍କୁଲ ଗୁଡିକ ମିଛ ତଥ୍ୟ ଦେଇ କୋର୍ଟର ଅବମାନନା କରିଥିବାରୁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସନ୍ତାକାଲି ମହାସଂଘ, ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଦାବି କରିବ। ଏଥିସହ ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି ନକଲେ ବଡ଼ ଆନ୍ଦୋଳନ ହେବ ବୋଲି ସଂଘ ଧମକ ଦେଇଛି। ଅନ୍ୟପଟେ ଘରୋଇ ସ୍କୁଲ ସଂଘ କହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯେଉଁ ସ୍କୁଲ ଏମ୍ଓୟୁରେ ଦସ୍ତଖତ କରିନାହାନ୍ତି ସେମାନେ ପୁରୁଣା ଷ୍ଟ୍ରକ୍ଚରରେ ଫି ଆଦାୟ କରିପାରିବେ।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031