Legatus

ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ

 Breaking News

ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ

ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ
May 31
14:56 2024

ସୁନ୍ଦରଗଡ଼, ୩୧/୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଓସ୍ତାଲି ଘାଟିରେ ଖାଇ ତଳକୁ ଖସି ପଡ଼ିଲା ଗାଡ଼ି। ଏଥିରେ ଦୁଇ ମୃତ ଓ ୭ ଗୁରୁତର। ସକାଳୁ ସକାଳୁ କର୍ମକ୍ଷେତ୍ରକୁ ଯିବା ସମୟରେ ଘଟିଛି ଏଭଳି ଅଘଟଣ।
ଆଜି ସକାଳୁ ସକାଳୁ ଏକ କ୍ୟାମ୍ପର ଯୋଗେ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା, ଯେଉଁଥିରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ହେମଗିର ଚନ୍ଦନ ନଗର ଠାରୁ ବାଲାଜୀ ଇଞ୍ଜେକସନ କମ୍ପାନିର ଏକ କ୍ୟାମ୍ପର (ଓଡି୨୩ ଆଇ ୩୯୧୨)ରେ ମହିଳା, ପୁରୁଷ ଓ ଚାଳକଙ୍କ ସମେତ ୯ଜଣ ଡୁଡୁକା ସ୍ଥିତ ବାଲାଜୀ ଇଞ୍ଜେକସନର କର୍ମକ୍ଷେତ୍ରକୁ ଯାଉଥିଲେ। କ୍ୟାମ୍ପରଟି ଓସ୍ତାଲି ଘାଟି ଠାରେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା।
ଏହାଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ହେମଗିର ଓ ସୁନ୍ଦରଗଡ଼ ଚିକିତ୍ସାଳୟକୁ ପଠାଇ ଥିବାର ସୂଚନା ମିଳିଛି।
ମୃତ ମହିଳା ହେଲେ ଶେମବାଇ ଗନ୍ଧର୍ବ ଓ ମୋତି ଗନ୍ଧର୍ବ। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ ମଧ୍ୟ କରାଯାଇଥିବାର ସୂଚନା ମିଳିଛି। ହେମଗିର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31