Indus Valley Times

ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ

 Breaking News

ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ
April 09
19:51 2021

ଭୁବନେଶ୍ବର,୯/୪: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଦ୍ରୁତ ସଂକ୍ରମଣ ନେଇ ରାଜ୍ୟବାସୀଙ୍କ ଭିତରେ ଛନକା ପସିଲାଣି । ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପରୀକ୍ଷାକୁ ନେଇ ଅଭିଭାବକଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ ଥିଲେ। କ’ଣ ହେବ ପିଲାଙ୍କ ଭବିଷ୍ୟତ ? ୨୦୨୦ ପରି ଏଥର ମଧ୍ୟ ସମାନ ସ୍ଥିତି ଉପୁଜିବ ନାହିଁ ତ ? ଘୋଷଣା ହୋଇଥିବା ତାରିଖରେ ପରୀକ୍ଷା ହୋଇପାରିବ ନା ନାହିଁ ? ଗତଥର ପରି ଏଥର ବିଳମ୍ବିତ ହେବ ନାହିଁ ତ ? ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏହା ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ନବମ ପରୀକ୍ଷା ନେଇ ସରକାର ଆଲୋଚନା କରୁଛନ୍ତି। ଯେହେତୁ ନବମ ଶ୍ରେଣୀ ବନ୍ଦ ରହିଛି, ତେଣୁ ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ ଆଲୋଚନା ଜାରି ରହିଛି। ପରୀକ୍ଷା ସମ୍ପର୍କରେ ଖୁବ୍ ଶୀଘ୍ର ଜଣାଇ ଦିଆଯିବ।
ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖରୁ ମେ’ ୮ ମଧ୍ୟରେ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମେ’ ୧୮ରୁ ଜୁନ୍ ୧୨ ପର‌୍ୟ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ତାହାକୁ ନଜରରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପ୍ରସ୍ତୁତି ଚଳାଇଛି । ତେବେ ହଠାତ୍ କୋଭିଡ୍-୧୯ ସ୍ଥିତି ଭୟଙ୍କର ରୂପ ନେବା ପରେ ପରିଷଦ ଏବେ ଦୋଛକିରେ ପଡ଼ିଛି। କିଭଳି ଭାବେ ପରୀକ୍ଷା ପରିଚାଳନା ହେବ ତାହାକୁ ନେଇ ବରିଷ୍ଠ ଅଧିକାରୀମାନେ ମାନସମନ୍ଥନ କରିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031