Indus Valley Times

ଘୂର୍ଣ୍ଣିବଳୟ ସକ୍ରିୟ, ଲଘୁଚାପ ସୃଷ୍ଟି ସମ୍ଭାବନା : ୪ ଜିଲ୍ଲାକୁ ସତର୍କ ସୂଚନା ଜାରି

 Breaking News

ଘୂର୍ଣ୍ଣିବଳୟ ସକ୍ରିୟ, ଲଘୁଚାପ ସୃଷ୍ଟି ସମ୍ଭାବନା : ୪ ଜିଲ୍ଲାକୁ ସତର୍କ ସୂଚନା ଜାରି

ଘୂର୍ଣ୍ଣିବଳୟ ସକ୍ରିୟ, ଲଘୁଚାପ ସୃଷ୍ଟି ସମ୍ଭାବନା : ୪ ଜିଲ୍ଲାକୁ ସତର୍କ ସୂଚନା ଜାରି
June 26
10:47 2025

ଭୁବନେଶ୍ୱର, ୨୬/୬ : ରାଜ୍ୟରେ ଆଜିଠୁ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ୨୮ ତାରିଖ ଯାଏଁ ଲାଗି ରହିବ ବର୍ଷା। ତେବେ ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ସେହିଭଳି ରଥଯାତ୍ରାରେ ପ୍ରବଳ ବର୍ଷା। ପ୍ରବଳ ବର୍ଷା ପ୍ରଭାବରେ ଭିଜିବ ଶ୍ରୀକ୍ଷେତ୍ର। ଏପରିକି ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ।
ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ରଥଯାତ୍ରା ଦିନ ରାଜ୍ୟରେ ବର୍ଷାର ପ୍ରକୋପ ସାମାନ୍ୟ କମିବ। ବାଲେଶ୍ବର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
କିନ୍ତୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷିପାରେ। ୨୮ ତାରିଖ ଦିନ ବି ରାଜ୍ୟର କେତେକାଂଶରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031