Legatus

ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରକୁ ଟେକା ମାଡ଼, ମହିଳା ଅଧିକାରୀଙ୍କୁ ଘୋଷାରି ପିଟିଲେ

 Breaking News

ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରକୁ ଟେକା ମାଡ଼, ମହିଳା ଅଧିକାରୀଙ୍କୁ ଘୋଷାରି ପିଟିଲେ

ଚଢ଼ାଉ ପାଇଁ ଯାଇଥିବା ଟିମ୍ ଉପରକୁ ଟେକା ମାଡ଼, ମହିଳା ଅଧିକାରୀଙ୍କୁ ଘୋଷାରି ପିଟିଲେ
April 18
11:17 2023

ପାଟନା,୧୮/୪: ବିହାରର ପାଟନା ଜିଲ୍ଲାରେ ଥିବା ବିହତା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଖଣି ଦୁର୍ନୀତି ଅଭିଯୋଗରେ ଜଣେ ମହିଳା ଅଧିକାରୀଙ୍କୁ ସ୍ଥାନୀୟ ଲୋକ ସୋମବାର ମିଶି ଘୋଷାଡ଼ିକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ମିଶି ଅଧିକାରୀ ଜଣକଙ୍କୁ ଗୋଡ଼ାଇ ଗୋଡ଼ାଇ ରାସ୍ତା ମଝିରେ ଘୋଷାଡ଼ିବା ସହ ତାଙ୍କୁ ମାରଧର କରୁଛନ୍ତି। ଏହି ଭିଡିଓଟି ଭାଇରାଲ୍ ହେଲା ପରେ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାର ତଦନ୍ତ କରି ପୁଲିସ ଏବେ ସୁଦ୍ଧା ଏହି ଘଟଣାରେ ୪୪ ଜଣଙ୍କୁ ଗିରଫ କରି ସାରିଲାଣି। ତେବେ ଯେଉଁମାନେ ଘଟଣାରେ ସଂପୃକ୍ତ ରହି ମଧ୍ୟ ଖସି ପଳାଇଛନ୍ତି ସେମାନଙ୍କୁ ଖୋଜିବାକୁ ପୁଲିସ୍ ତତ୍ପରତା ଦେଖାଇଛି।
ସ୍ଥାନୀୟ ଅଞ୍ଚଳରେ ବାଲି ଖଣି ସଂପର୍କିତ ଏକ କାର‌୍ୟ୍ୟ ଚାଲିଥିବା ଅବସ୍ଥାରେ ସେଠାକାର କିଛି ଅସାମାଜିକ ବ୍ୟକ୍ତି ମହିଳା ଜିଲ୍ଲା ଖଣି ଅଧିକାରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଖଣି ଅଧିକାରୀଙ୍କ ସମେତ ୨ ଜଣ ଇନ୍ସ୍ପେକ୍ଟର ଗିରଫ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31