Indus Valley Times

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ୨୦୨୪ ପାଳିତ

 Breaking News

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ୨୦୨୪ ପାଳିତ

December 15
18:52 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା , ୧୫/୧୨ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସ୍ତରିୟ ଚଇତି ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି। ଚନ୍ଦ୍ରପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଙ୍ଗଲ ଓ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ମିଳିତ ସଂଯୋଜନାରେ ଫଳଫୋଳିଆ ନଦୀରୁ କୋଳସରେ ଜଳ ଆଣି ଗ୍ରାମଦେଵୀ ମନ୍ଦିରରେ କଳସକୁ ପୂଜାର୍ଚ୍ଚନା କରି, ମଶାଲରେ ଅଗ୍ନି ସଂଯୋଗ କରି ଏକ ବିଶାଳ ସଭାଯାତ୍ରାରେ ମନ୍ଦିର ପରିସରରୁ କଳସ ଓ ମଶାଲ ଧରି ବ୍ଲକ ସ୍ଥିତ ଚଇତି ମଣ୍ଡପକୁ ଅଣା ଯାଇଥିଲା ।
ଚଇତି କମିଟି ଅଧ୍ୟକ୍ଷ ତଥା ବିଡ଼ିଓ ସମ୍ୟକାନ୍ତ ବଙ୍ଗଲ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକସତ୍ୟଜିତ୍ ଗୋମାଙ୍ଗ, ବ୍ଲକ ଅଧ୍ୟକ୍ଷ କୋଇନ କିମ୍ବାକା , ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗୋମାଙ୍ଗ,ଗୁଣପୁର ଏନ ଏସି ଉପାଧ୍ୟକ୍ଷ ଶିବପ୍ରସାଦଗୌଡ଼,ବ୍ଲକଉପାଧ୍ୟକ୍ଷ ମାଳତୀ ମାଳବିଶୋଇ,ଜିଲ୍ଲାପରିଷଦ ସଭ୍ୟ ସୁଜିତ କୁମାର ବ୍ରେଡେକା, ଏମ୍ପି ପ୍ରତିନିଧି ଭୀମ ଗୋଗେରେଙ୍ଗା, ସରପଞ୍ଚ ରଞ୍ଜିତା ବ୍ରେକବେଡା, ନୀଳମାଇ ଦିବାକା, ଅନିତା ଶବର, ସୁନିତା ମୂଣ୍ଡିକା, ଫୁଲମାଇ କ୍ରାଡିକା,ଜେର୍ମେନି ପାଡଗଣ୍ଡା, ଭୀମ ଗୋଗେରେଂଗା, ଫକିର ମହୋନ ଗୁମିଟାଙ୍ଗା , ବ୍ଲକର ସମସ୍ତ ସମିତ ସଭ୍ୟ ସଭ୍ୟା, ରାମନାଗୁଡା, ଗୁଡ଼ାରୀ , ପଦମପୁର ମଧୁବନ ସରପଞ୍ଚ, ଏମ୍ପି ପ୍ରତିନିଧି ମାନଙ୍କ ସହ ପୁର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ,ତହସିଲଦାର ଆଶିଷ କୁମାର ପ୍ରଧାନ, ବ୍ଲକ ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ଅଭିଷେକ ନାୟକ , ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଗଣେଶ ଶବର, ସିଡିପିଓ ଗୀତାରାଣୀ ସାହୁ,ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ଉମାକାନ୍ତ ମିଶାଲ , କଂଗ୍ରେସରଜର୍ଜକ୍ରାଇସିକାଙ୍କ ,ଉପସ୍ଥିତରହି ଚଇତି ମହୋତ୍ସବକୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦିପ ପ୍ରଜ୍ଜ୍ୱଳନ କରି ପୁଷ୍ପ ମାଳା ଦେଇ ଉଦଘାଟନ କରିଥିଲେ ।
ଲୋକ ମହୋତ୍ସବ ଚଇତି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁ ବ୍ଲକର ବହୁ ଆଦିବାସୀ ପୁରାତନ ଲୁକାୟାତ ଲୋକକଳା ଉଦ୍ଜିବିତ ହେଇଥିବାନେଇ ଅତିଥି ମାନେ ମତ ପ୍ରକାଶ କରି ଖୁସି ଅନୁଭବ କରିଥିଲେ ।
ଚଇତିରେ ଅନୁଷ୍ଠିତ ହେଇଥିବା ମାରାଥନ ଓ ବିଭିନ୍ନ ସଂସ୍କୃତିକ ଦଳକୁ ଚଇତି ମଣ୍ଡପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଓ ମୁନିଗୁଡା, ଚନ୍ଦ୍ରପୁର ସାମ୍ବାଦିକ ମାନଙ୍କ ସମ୍ମାନିତ କରି ଛନ୍ତି ଓ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ସେହିପରି ପ୍ରଦୀପ କୁମାର ଚୈଧୀରୀ ବରିଷ୍ଠ ଶିକ୍ଷକ ଚଇତି ଅବସରରେ ବ୍ଳକ ପ୍ରଶାସନ ତରଫରୁ ସମ୍ମାନିତ କରିଥିଲେ ।ବ୍ଲକର ବିଭିନ୍ନ ବିଭାଗ , ଏସ ଏସ ଜି ଗ୍ରୁପ୍, ଏନ ଜି ଓ ତରଫରୁ ଷ୍ଟଲ କରାଯାଇ, ଲୋକଙ୍କୁ ଯୋଜନା ଗୁଡ଼ିକଉପରେ ପ୍ରାଞ୍ଜଳ ଭାବେ ବୁଝାଇ ସଚେତନା କରଯାଇଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଉମାକାନ୍ତ ମିଶାଲ, ଶ୍ରବଣ ସିଂ । ବ୍ଲକ କୃଷି ଅଧିକାରୀ ଅର୍ପିତା ବେହେରା ମାଝୀ, ଫିସେରିର ଶ୍ରୀମତି ପଣ୍ଡା, ତେଯୋସ୍ୱନି ଦୋରା, ତପଶ୍ୱନି ଭାଟ ଅତିଥିଙ୍କୁ ସ୍ଵାଗତ କରିଥିଲେ ।
ଶାନ୍ତି ଶୃଂଖଳା ନିମନ୍ତେ ଥାନା ଅଧିକାରୀ ଧରଣୀଧର ପ୍ରଧାନ, ଏସ ଆଇ ବିରେନ୍ଦ୍ର ରୟେଙ୍କ,ତରଫରୁ ପୋଲିସ ବିଭାଗ, ଅଗ୍ନି ସମ ବିଭାଗ, ମେଡ଼ିକାଲ ବିଭାଗ ମୁତୟନ କରଯାଇଥିଲା ।
ପରିଚାଳନାରେ ଜି ପି ଓ ରାଜେନ୍ଦ୍ର ପାଳ,ସାମାଜିକ ସୁରକ୍ଷା ଅଧିକାରୀ ରହିତ କୁମାର ପଣ୍ଡା, ସମ୍ପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ଯନ୍ତ୍ରୀ ଦୁଷ୍ମନ୍ତ କିସାନ, ବିକାଶ ମହାପାତ୍ର,ଦେବାଶିଷ ଗୌଡ଼, ଅରୁଣ ସାହୁ, ସିପି ଗୋପୀନାଥ ମହାକୁଡ଼, ବିପିଏମ ଶ୍ରବଣ ସିଂ, ଓ ବ୍ଲକର ସମସ୍ତ କର୍ମଚାରି ସମସ୍ତ କାର‌୍ୟ୍ୟରେ ସହୋଯୋଗ କରିଥଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031