Indus Valley Times

ଚମ୍ପୁଆରେ ଚାଞ୍ଚଲ୍ୟ: ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ

 Breaking News

ଚମ୍ପୁଆରେ ଚାଞ୍ଚଲ୍ୟ: ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ

ଚମ୍ପୁଆରେ ଚାଞ୍ଚଲ୍ୟ: ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ
December 31
11:43 2024

କେନ୍ଦୁଝର, ୩୧/୧୨ : ବୈତରଣୀ ନଦୀ ପୋଲରୁ ଡେଇଁ ପଡ଼ିଲେ ଦୋକାନୀ। ନଦୀରେ ଭାସୁଛି ତାଙ୍କ ମୃତଦେହ। ବର୍ଷର ଶେଷ ଦିନରେ ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ ବସନ୍ତ ପାତ୍ର ।
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କର ଏକ ଦୋକାନ ରହିଛି। ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ। ତାଙ୍କ ମୃତଦେହ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
ବସନ୍ତ ଚମ୍ପୁଆ- ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ବସନ୍ତଙ୍କ ମୃତଦେହ ନଦୀର ଅପରପାର୍ଶ୍ୱରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି। ମାତ୍ର ମୃତଦେହ ଉଦ୍ଧାର ହୋଇ ନ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031