Indus Valley Times

ଚରମ ସୀମା ଡେଇଁଲା ଋଷ, ୟୁକ୍ରେନ୍ ଉପରେ ଆରମ୍ଭ କଲା ‘ଭ୍ୟାକୁମ୍ ବୋମା’ ବିସ୍ଫୋରଣ

 Breaking News

ଚରମ ସୀମା ଡେଇଁଲା ଋଷ, ୟୁକ୍ରେନ୍ ଉପରେ ଆରମ୍ଭ କଲା ‘ଭ୍ୟାକୁମ୍ ବୋମା’ ବିସ୍ଫୋରଣ

ଚରମ ସୀମା ଡେଇଁଲା ଋଷ, ୟୁକ୍ରେନ୍ ଉପରେ ଆରମ୍ଭ କଲା ‘ଭ୍ୟାକୁମ୍ ବୋମା’ ବିସ୍ଫୋରଣ
March 01
15:41 2022

ନୂଆଦିଲ୍ଲୀ, ୧/୩: ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ। ଭାରତୀୟ ଦୂତାବାସ ତୁରନ୍ତ କିଭ ଛାଡ଼ିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି। ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକା ଋଷ ଧ୍ବଂସ କରୁଥିବା ବେଳେ ଏବେ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛି।
ତେବେ ୟୁକ୍ରେନକୁ ହରାଇବା ପାଇଁ ଋଷ ନିଷିଦ୍ଧ ହୋଇଥିବା ଭାକ୍ୟୁମ୍ ବୋମା ବ୍ୟବହାର କରୁଛି ବୋଲି ୟୁକ୍ରେନ ଦାବି କରିଛି। ଏହି ବୋମା ଏତେ ଭୟଙ୍କର ଯେ, କିଛି ସେକେଣ୍ଡ ମଧ୍ୟ ଏହା ମଣିଷର ଅସ୍ତିତ୍ବ ହଜାଇଦେବ। ବିସ୍ଫୋରଣ ପୂର୍ବରୁ ଏହା ଆଖପାଖର ଅମ୍ଲଜାନ ଶୋଷିନିଏ ବୋଲି ଜଣାପଡ଼ିଛି। ତେବେ ଆସନ୍ତୁ ଜାଣିବା ଏହି ଭାକ୍ୟୁମ୍ ବୋମା କ’ଣ।
ଭାକ୍ୟୁମ୍ ବୋମାକୁ ଆନୁଷ୍ଠାନିକ ଭାବରେ ଥର୍ମୋବାରିକ୍ ଅସ୍ତ୍ର କୁହାଯାଏ। ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ର ମଧ୍ୟରୁ ଅନ୍ୟତମ। ଏହା ଭିତରେ ବିସ୍ଫୋରକ ଇନ୍ଧନ ଏବଂ ରାସାୟନିକ ପଦାର୍ଥ ଭରାଯାଏ, ଯାହା ବିସ୍ଫୋରଣ ହେବା ସମୟରେ ସୁପରସୋନିକ୍ ତରଙ୍ଗ ସୃଷ୍ଟି କରେ।
ବିସ୍ଫୋରଣ ସମୟରେ ଆଖପାଖର ସବୁ ଜିନିଷ ନଷ୍ଟ ହୋଇଯାଏ। ଏହି ବୋମା ଏକ ବଡ ବିସ୍ଫୋରଣ ପାଇଁ ଆଖପାଖରୁ ଅମ୍ଳଜାନ ଗ୍ରହଣ କରିଥାଏ। ଜେନେଭା ସମ୍ମିଳନୀ ସମୟରେ ଏହି ବୋମା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ଏବେ ଋଷ ଏହାକୁ ବ୍ୟବହାର କରୁଥିବାରୁ ଏହାକୁ ୟୁକ୍ରେନ ବିରୋଧ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031