Indus Valley Times

ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଅପହୃତ ଯୁବକ, ଥାନାରେ ଗଲା ଜୀବନ

 Breaking News

ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଅପହୃତ ଯୁବକ, ଥାନାରେ ଗଲା ଜୀବନ

ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଅପହୃତ ଯୁବକ, ଥାନାରେ ଗଲା ଜୀବନ
February 10
11:23 2023

ଭୁବନେଶ୍ୱର,୧୦/୨: ଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଡ଼କଣ ଅଞ୍ଚଳରେ ରହୁଥିବା ବିଚିତ୍ର ପଲେଇ(୪୨)।
ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ନେତ୍ରମଣି ବେହେରା(୪୦) ଏବଂ ତାଙ୍କ ଭାଇ କଟକ ସଦର ଥାନା ଅନ୍ତର୍ଗତ ଉରାଙ୍ଗପ୍ରଧାନ ଗ୍ରାମର ବଟକୃଷ୍ଣ ବେହେରା(୩୧)ଙ୍କୁ ଗିରଫ କରି ପଚରାଉଚରା କରୁଛି। ଶୁକ୍ରବାର ସେମାନଙ୍କୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ମିଳିଥିବା ସୂଚନାନୁସାରେ ନେତ୍ରମଣି ଏକ ବିଉଟି ପାର୍ଲର କରିଛନ୍ତି। ମୃତ ବିଚିତ୍ରଙ୍କ ଘର ଯାଜପୁର ଜିଲା ବରୀ ଅଞ୍ଚଳରେ ହୋଇଥିବାବେଳେ ସେ ଗାଡ଼କଣରେ ରହୁଥିଲେ। କିଛି ବର୍ଷ ତଳେ ନେତ୍ରମଣିଙ୍କଠାରୁ ବିଚିତ୍ର ୩ଲକ୍ଷ ଟଙ୍କା ଧାର ନେଇଥିଲେ। ହେଲେ ଟଙ୍କା ନ ଫେରାଇ ଦିନ ଗଡ଼ାଇ ଚାଲିଥିଲେ।
ଏପରି କି କିଛି ମାସ ତଳେ ନେତ୍ରମଣୀଙ୍କୁ ଏକ ଚେକ୍ ଦେଇଥିଲେ, ଯାହାକି ବାଉନ୍ସ ହୋଇଯାଇଥିଲା। ଧାର ଟଙ୍କା ବୁଧବାର ଶୁଝିଦେବେ ବୋଲି ବିଚିତ୍ର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଫେରାଇ ନ ଥିଲେ।
ଫଳରେ ନେତ୍ରମଣୀ ତାଙ୍କ ଭାଇ ବଟକୃଷ୍ଣଙ୍କ ସହଯୋଗରେ ଗୁରୁବାର ରାତିରେ ବିଚିତ୍ରଙ୍କୁ ଜବରଦସ୍ତ ଏକ କାର୍ରେ ବସାଇ ଶହୀଦନଗର ଥାନାକୁ ଆଣୁଥିଲେ। ହେଲେ ବାଣୀବିହାର ଛକ ନିକଟରେ ଗାଡ଼ିର ବେଗ ଧୀର ହେବାରୁ ବିଚିତ୍ର ଗାଡ଼ିରୁ ଡେଇଁ ପଡ଼ି ଦୌଡ଼ିବାକୁ ଲାଗିଥିଲେ। ଏଥିସହ ତାଙ୍କୁ ଅପହରଣ କରାଯାଉଥିବା ଚିତ୍କାର କରିଥିଲେ।
ବଟକୃଷ୍ଣ ତାଙ୍କୁ ପିଛା କରି ଗାଳିଗୁଲ କରିବା ସହ ମାଡ଼ ମାରିଥିଲେ। ଏହାଦେଖି ବାଣୀବିହାରର କେତେଜଣ ଛାତ୍ର ଓ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଘଟଣା ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଥାନା ନିକଟରେ ଏହି ଘଟଣା ଘଟିଥିବାରୁ ସେମାନଙ୍କୁ ଲୋକମାନେ ଥାନା ପରିସରକୁ ନେଇଥିଲେ। ହେଲେ ବିଚିତ୍ର ସେଠାରେ ଅସୁସ୍ଥ ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପିସିଆର୍ ଯୋଗେ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031