Indus Valley Times

ଚଳିତ ବର୍ଷ ଦୀପାବଳିରେ ସୂର୍ଯ୍ୟପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

 Breaking News

ଚଳିତ ବର୍ଷ ଦୀପାବଳିରେ ସୂର୍ଯ୍ୟପରାଗ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

October 14
20:40 2022

ଭୁବନେଶ୍ୱର,୧୪/୧୦: ଦୀପାବଳିରେ ସୂର‌୍ୟ୍ୟୋପରାଗ, କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ଦେବନୀତି କିଭଳି ହେବ, ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଶେଷ କରି ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର‌୍ୟ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।
ଅକ୍ଟୋବର ୨୫ ତାରିଖ ଦୀପାବଳିରେ ପଡୁଛି । ସୂର‌୍ୟ୍ୟୋପରାଗ ସେଦିନ ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ । ଦେଢ ଘଣ୍ଟା ଧରି ସୂଯେର‌୍ୟାପରାଗ ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ କରିବାର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ୨୫ ତାରିଖ ଭୋର୍ ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ।
୨୪ ତାରିଖ ସୋମବାର ଅପରାହ୍ଣ ୫ଟା ୩୭ରୁ ଆରମ୍ଭ ହେଉଛି ଅମାବାସ୍ୟା । ମଙ୍ଗଳବାର ସୂର‌୍ୟ୍ୟୋପରାଗ ପଡୁଥିବାରୁ ସୋମବାର ସଂଧ୍ୟାରୁ ହିଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ କରାଯିବ । ଦୀପଦାନ ଓ କାଳୀପୂଜା ସହ ବଡବଡୁଆ ଡାକ ହେବ । ସେପଟେ ସୂର‌୍ୟ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ ହେବ ।
ସେହିପରି ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ । ସେଦିନ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ । ତେଣୁ ସକାଳ ୮ଟା ୨୯ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ୍ ନଭେମ୍ବର ୮ ତାରିଖ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର‌୍ୟ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031