Indus Valley Times

ଚଳିତ ବର୍ଷ ହେବନି କଟକ ବାଲିଯାତ୍ରା

 Breaking News

ଚଳିତ ବର୍ଷ ହେବନି କଟକ ବାଲିଯାତ୍ରା

October 30
11:21 2020

ଭୁବନେଶ୍ୱର,୩୦/୧୦ କରୋନା ମହାମାରୀ ପାଇଁ ଚଳିତ ବର୍ଷ ସବୁ ପବପର୍ବାଣି ଓ ମହୋତ୍ସବ ଫିକା ପଡିଯାଇଛି । ସେହିଭଳି ଓଡ଼ିଶାର କଟକର ଐତିହାସିକ ବାଲିଯାତ୍ରା ହେବ ନାହିଁ।
ସହରରେ କୋଭିଡ୍ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ସେହିପରି ସାମୂହିକ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ମଧ୍ୟ ଜିଲ୍ଲାପାଳ ରୋକ୍ ଲଗାଇଛନ୍ତି। ଏପରିକି ଧବଳେଶ୍ୱରରେ ମଧ୍ୟ ବଡ଼ ଓଷା ପାଳନ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031