Indus Valley Times

ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ

 Breaking News

ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ

December 01
16:33 2020

ଭୁବନେଶ୍ବର,୧/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହି ବିଜେଡିରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି । ତାଙ୍କ ଉପରେ
ଚାଟାର୍ଡ ଫ୍ଲାଇଟ୍‌ରେ ବୁଲିଥିବାର ଅଭିଯୋଗ କୁ ନେଇ ସେ କହିଛନ୍ତି ଯେ ସେ ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ପୁଣେ ଗସ୍ତ କରିଛନ୍ତି । ଏଥିରେ କିଛି ଅସୁବିଧା ନାହିଁ କି ସେ ଭୁଲ କରିନାହାନ୍ତି । ସେ ପୁଣେ ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ପାଲଟା ପ୍ରଶ୍ନ ସେ ମୁଖମନ୍ତ୍ରୀଙ୍କୁ କରିଛନ୍ତି, ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ କାହିଁକି କହୁନଥିଲେ ଏବେ କାହିଁକି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାଜ୍ୟରେ ପରୀ ମୃତ୍ୟୁ, ହାଜତ ମୃତ୍ୟୁ, ଚାଷୀ ଆତ୍ମହତ୍ୟା ଉଦ୍ୟମ ଏତେ ବଡ଼ ଘଟଣା ଥାଇ କି ତା ଉପରେ ତଦନ୍ତ କରାଯାଉଛି କିନ୍ତୁ ତାଙ୍କ ସଂପର୍କୀୟ ଓ ସମର୍ଥକଙ୍କୁ ପୁଲିସ ହଇରାଣ କରୁଛି ଓ ଥାର୍ଡ ଡିଗ୍ରି ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ପୁଲିସ ଉଦ୍ଦେଶ୍ୟମୂଳକ ଭାବେ କାର‌୍ୟ୍ୟ କରିବା ସହ ତାଙ୍କ ସମର୍ଥକଙ୍କ ଉପରେ ଚାପ ପକାଉଛି । ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଥିବା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031