Indus Valley Times

ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

 Breaking News

ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

December 12
10:36 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୧୨: ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୨ ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି । ଏହି ଶିବିରରେ ସମୁଦାୟ ୧୩୯ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୩୬ ଗୋଟି ବ୍ୟକ୍ତିଗତ ମାମଲା ଓ ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।
ଏହି ଶିବିରରେ ୯୨ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ହରଭଂଗା ବ୍ଲକର ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇ ନିଜ ନିଜ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ । ଆସିଥିବା ଆପତ୍ତି ଅଭିଯୋଗ ଗୁଡିକର ଜିଲାପାଳ ଶୁଣାଣି କରି ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।
ଶିବିରରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30