Indus Valley Times

ଚାଷୀଙ୍କ ଆଶା ଓ ଭରସାକୁ ଜଳରେ ବୁଡାଇ ମାରିଲା ବାତ୍ୟା ଜଓ୍ବାଦ, ଏବେ ସରକାର ହିଁ ଏକମାତ୍ର ସାହା

 Breaking News

ଚାଷୀଙ୍କ ଆଶା ଓ ଭରସାକୁ ଜଳରେ ବୁଡାଇ ମାରିଲା ବାତ୍ୟା ଜଓ୍ବାଦ, ଏବେ ସରକାର ହିଁ ଏକମାତ୍ର ସାହା

ଚାଷୀଙ୍କ ଆଶା ଓ ଭରସାକୁ ଜଳରେ ବୁଡାଇ ମାରିଲା ବାତ୍ୟା ଜଓ୍ବାଦ, ଏବେ ସରକାର ହିଁ ଏକମାତ୍ର ସାହା
December 06
18:55 2021

ଗୋପାଳ ବିଶ୍ୱାଳଙ୍କ ରିପୋର୍ଟ
ଭୁବନେଶ୍ୱର, ୬/୧୨: ବାତ୍ୟା ଜଓ୍ବାଦ ଓଡ଼ିଶା ଉପକୂଳ ଛୁଇଁ ଚାଲିଯାଇଛି ସତ କିନ୍ତୁ ଚାଷୀଙ୍କ ପାଇଁ ଛାଡ଼ିଦେଇ ଯାଇଛି ବିଧ୍ବଂସ ଓ ଆଘାତର ଅକୁହା କାହାଣୀ । ଅନେକ ଧାନ କ୍ଷେତ, ପନିପରିବା ଚାଷ, ଓ ଉଦ୍ୟନ କୃଷି ଉଜଡ଼ି ଯାଇଛି ବାତ୍ୟା ଦ୍ବାରା । ଫଳରେ ଚାଷୀଙ୍କୁ ଠେଲିଦେଇଛି ହତାଶତା ମଧ୍ୟକୁ । ନିଜ ହାତରେ ଗଢିଥିବା ସୁନାର ଫସଲ ଆଖିଆଗରେ ଉଜୁଡ଼ିବା ଦେଖି କାନ୍ଦୁଛି ଉପକୁଳର ଚାଷୀ ।
କେନ୍ଦାପଡ଼ା ଜିଲ୍ଲା ନାଗପୁରାର ରମେଶ ଚନ୍ଦ୍ର ମହାନ୍ତି ରୁଣରେ ନିଜର ୬ଏକର ଜମି ଚାଷ କରିଥିଲେ କିନ୍ତୁ ଜଓ୍ବାଦ ତାଙ୍କ ରଣର ବୋଝକୁ ଦ୍ବିଗୁଣିତ କରିଦେଇଛି । ସେହିପରି ସରକାର ଯଦି କିଛି ସାହାଯ୍ୟ ନକରନ୍ତି ତେବେ ଜୀବନ ହାରିବେ ବୋଲି କହିଛନ୍ତି ଭଦ୍ରକର ଚାଷୀ ରବି ଜେନା । ଖଲିକୋଟର ଚାଷୀ ଯିତେନ୍ଦ୍ର ଦଳାଇ ନିଜର ଦୁଃଖ ଜଣାଇ କହିଛନ୍ତି, ସ୍ଥାନୀୟ ସମବାୟ ସଂସ୍ଥାରୁ ଯାହା କିଛି ଟଙ୍କା ଧାର କରି ଧାନ ଓ ପରିବା ଚାଷରେ ନିୟୋଜିତ କରିଥିଲେ ବାତ୍ୟା ତାଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛି । ବର୍ଷକର ପରିଶ୍ରମ ସେ ପରିବା ଆଉ ଧାନ ଚାଷରେ ଦେଇଥିଲେ । ସେଥିରୁ ତାଙ୍କୁ ଅଧିକ ଲାଭ ମିଳିବ ବୋଲି ଦୃଢ଼ନିଶ୍ଚିତ ଥିଲେ କିନ୍ତୁ ବର୍ଷା ତାଙ୍କର ସବୁ ଆଶାା ଧୋଇନେଇଛି ବୋଲି ଯିତେନ୍ଦ୍ର କହିଛନ୍ତି । ଗଞ୍ଜାମର ଜଣେ ଚାଷୀ ଆତ୍ମହତ୍ୟ କରିଥିବା ବେଳେ ଅନେକ ଚାଷୀଙ୍କୁ ମାନସିକ ଧକ୍କା ଲାଗିଛି ସରକାର ଯଦି ଉଚିତ୍ ପରିମାଣର ସହାୟତା ଘୋଷଣା ନକରନ୍ତି ତେବେ ସେମାନେ ଚରମ ନିଷ୍ପତି ନେବେ ବୋଲି ଚେତାବନି ଦେଇଛନ୍ତି । । ତେବେ ମୃତ ଚଷୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଉଲ୍ମା ଗାଁର କୈଳାସ ଶବର, ନିଜର ଦୁଇ ଏକର ଚାଷ ଜମି ବାତ୍ୟାରେ ନଷ୍ଟ ହେବା ଦେଖି କୀଟନାଶକ ଖାଇ ଆତ୍ମହତ୍ୟା କରିଥିବାର କହିଛନ୍ତି କୈଳାସଙ୍କ ପରିବାର ଲୋକ ।
ଏଭଳି ଖବର ପ୍ରକାଶିତ ହେବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ସମସ୍ତ କ୍ଷୟକ୍ଷତିର ଆକଳନ କରି ବିସ୍ତୃତ ରିର୍ପୋଟ ଦେବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଉକ୍ତ ଜିଲ୍ଲାପାଳଙ୍କୁ କ୍ଷତି ସର୍ମ୍ପକିତ ତଥ୍ୟ ମାଗିଛନ୍ତି ଯେଉଁ ଆଧାରରେ ପ୍ରଭାବିତ ଚାଷୀଙ୍କୁ ରିଲିଫ୍ ପ୍ରଦାନ କରାଯିବ । ଅପରପକ୍ଷେ ସମ୍ପୂଣ୍ଣ ବର୍ଷା ଛାଡ଼ିଲେ କ୍ଷୟ କ୍ଷତିର ଆକଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି ।

Picture by Chandra Sekhar Biswal

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031