Legatus

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି, ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 Breaking News

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି, ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 08
14:47 2024

ଭୁବନେଶ୍ୱର,୮/୧୨: ଖାତାକୁ ଗଲା ଟଙ୍କା। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର। ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ସରକାରଙ୍କ ୨୩୦୦ ଗଝଚ ସହ ୮୦୦ ଇନପୁଟ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଚାଷୀଙ୍କୁ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନ କରିଛନ୍ତି। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଇନ୍‌ପୁଟ ସବ୍‌ସିଡି ପ୍ରଦାନ କରିଛନ୍ତି।
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୦୦ ଟଙ୍କା ଘୋଷଣା କରିଛନ୍ତି। ଏମ୍‌ଏସ୍‌ପି ସହ ଚାଷୀଙ୍କୁ ରାଜ୍ୟ ସରକାର ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବେ। ରାଜ୍ୟ ସରକାର ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ ଧାନ କିଣିବେ। ଧାନ କିଣାଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ ଜିଲାରେ ସମାବେଶ କରି ଇନ୍‌ପୁଟ ସବ୍‌ସିଡି ବଣ୍ଟନ କରାଯିବ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930