Indus Valley Times

ଚାଷୀଙ୍କ ପାଇଁ ଖୁସିର ଖବର : ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି

 Breaking News

ଚାଷୀଙ୍କ ପାଇଁ ଖୁସିର ଖବର : ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି

ଚାଷୀଙ୍କ ପାଇଁ ଖୁସିର ଖବର : ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି
April 20
12:23 2026

ଭୁବନେଶ୍ୱର, ୨୦/୪ : ଚାଷୀଙ୍କ ପାଇଁ ଖୁସିର ଖବର । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ କୃଷକମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ରୁ ୨୨ ମାସରେ ଆମ କୃଷି ଅଭିବୃଦ୍ଧି ହାର ୫ ଦଶମିକ ୩ ପ୍ରତିଶତରେ ପହଞ୍ଚିଛି।
ଏହା ଜାତୀୟ ଅଭିବୃଦ୍ଧି ହାରରୁ ଅଧିକ। ଧାନ ଉତ୍ପାଦନରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସଠିକ୍ ସମୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଵା ଅମର ଲକ୍ଷ୍ୟ। ଏଥିପାଇଁ ସରକାରଙ୍କର ସି ଏମ୍ କିଷାନ୍ ଯୋଜନା। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କୃଷକଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା।
ସେହିପରି ଆଜି (ସୋମବାର) ୪୨ ଲକ୍ଷ ୬୮ହଜାର ୫ଶହ ୪୨ଜଣ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଇକେଓ୍ବାଇସି, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିଵା, ଏକକ ମୋବାଇଲ ନମ୍ବର ରଖିନଥିଵା ଓ ଜମି ପଞ୍ଜିକରଣ ପ୍ରମାଣପତ୍ର ନଥିଵା ଚାଷୀଙ୍କ ଖାତାକୁ ସହାୟତା ରାଶି ଯାଇପାରିନଥିବ। ଏଭଳି ଚାଷୀ ତୁରନ୍ତ ସବୁ ତଥ୍ୟ ପ୍ରଦାନ କରି ସିଏମ୍ କିଷାନ୍ ସହାୟତା ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031