Indus Valley Times

ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲା : ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ବ୍ରହ୍ମଗିରିରେ ବିକ୍ଷୋଭ

 Breaking News

ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲା : ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ବ୍ରହ୍ମଗିରିରେ ବିକ୍ଷୋଭ

December 17
16:20 2021

ଭୁବନେଶ୍ୱର/ପୁରୀ, ୧୭/୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଲାଗିଛି ରାଜନୀତିର ରଙ୍ଗ। ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବା ପରେ ଚିତ୍ତଙ୍କ ସ୍ତ୍ରୀ ପ୍ରତିକ୍ରିୟା ରଖି ରାଜନୀତି କରାନଯାଉ ବୋଲି ଅନୁରୋଧ କରିଛନ୍ତି।
ହେଲେ ସୋମବାର ମୃତଦେହ ମିଳିବା ପରେ ଚିତ୍ତଙ୍କ ସ୍ତ୍ରୀ ଓ ମା’ ପୂରା ଘଟଣାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସଂପୃକ୍ତି କଥା କହୁଥିଲେ। ଏପରିକି ଚିତ୍ତଙ୍କ ବଡ଼ବାପା ଦେଇଥିବା ଏତଲାରେ ତାଙ୍କ ଷଡଷନ୍ତ୍ର କରି ହତ୍ୟା କରାଯାଇଥିବା କହିଥିଲେ।
ତେଣୁ ଏହାକୁ ପ୍ରସଙ୍ଗ କରି ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ରାଜନୀତିକୁ ଜୋରଦାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବ୍ରହ୍ମଗିରିରେ ଦାସବର୍ମା ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ସାମ୍ବିଧାନିକ ପଦବୀରେ ଥିବାରୁ ସଞ୍ଜୟଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ କ୍ରାଇମବ୍ରାଞ୍ଚ। ଏଣୁ ମାମଲାର ସିବିଆଇ ତଦନ୍ତ ହେଉ।
ସେହିପରି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି, ଓଡ଼ିଶା ପୁଲିସ ଯଦି କଂଗ୍ରେସ ଭବନରେ ପଶି ପାରୁଛି, ତେବେ ବିଜେଡି କାର୍ଯ୍ୟାଳୟରେ ପଶି ତାର ସଂପାଦକଙ୍କୁ କାହିଁକି ଗିରଫ କରିପାରୁନାହିଁ।
ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଚିତ୍ତଙ୍କ ବଡ଼ବାପା ବିଜେଡି ସାଧାରଣ ସଂପାଦକଙ୍କ ବିରୋଧରେ ଏତଲା ଦେଇଛନ୍ତି, ଯଦି ପୁଲିସର ସାହସ ଅଛି ତାଙ୍କୁ ଗିରଫ କରୁ। ଏହାଛଡ଼ା ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ତଦନ୍ତ କରାଯାଉ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031