Indus Valley Times

ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
May 04
21:43 2023

ଭୁବନେଶ୍ବର/ମାଲକାନଗିରି,୪/୫: ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି. ।
ଉଲ୍ଲେଖ ଥାଉ କି ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଦର ଗ୍ରାମର ପ୍ରାୟ ୧୫ ଜଣ ଏକ ଟ୍ରାକ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଗାଜୁଲୁମାମୁଡି ପଞ୍ଚାୟତର ତଣ୍ଟକ୍ଷଗୁଡ଼ା ଗ୍ରାମକୁ ଗତକାଲି ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ସରିବା ପରେ ସମସ୍ତେ ସଂଧ୍ୟାରେ ପୁଣି ଟ୍ରାକ୍ଟର ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ ବଡ଼ପୁଟ ଘାଟି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031