Indus Valley Times

ଚିଲିକା ବାସୀଙ୍କ ସହିତ ହୋଲି ଉତ୍ସବ ପାଳିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 Breaking News

ଚିଲିକା ବାସୀଙ୍କ ସହିତ ହୋଲି ଉତ୍ସବ ପାଳିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଚିଲିକା ବାସୀଙ୍କ ସହିତ ହୋଲି ଉତ୍ସବ ପାଳିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
March 16
21:08 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା , ୧୬/୩ : ରଙ୍ଗର ପର୍ବ ‘ହୋଲି’ ଅବସରରେ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚନ୍ଦନଙ୍କ ନାଚୁଣୀ ସ୍ଥିତ ବାସଭବନ ଠାରେ ଆୟୋଜିତ “ହୋଲି ଉତ୍ସବ” କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଦଳୀୟ ନେତୃବୃନ୍ଦ,ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା,ସାମ୍ବାଦିକ,ସମାଜସେବୀ ତଥା ବୁଦ୍ଧିଜୀବି, ସ୍ଥାନୀୟ ଜନସାଧାରଣ ମାନଙ୍କ ସହ ହୋଲି ଉତ୍ସବ ପାଳନ କରିଥିଲେ।
ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ବହନ କରୁଥିବା ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ।
ସାମାଜିକ ସଦଭାବନା ଆହୁରି ସୁଦୃଢ ହେଉ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନ କରିଥିଲେ।
ତେବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୀର୍ଘ ସମୟ ଧରି ଚିଲିକା ବାସିନ୍ଦାଙ୍କ ସହ ହୋଲି ଖେଳ ଖେଳିଥିବା ବେଳେ ସ୍ଥାନୀୟ ନାଗରିକ ମାନେ ମଧ୍ୟ ମନ୍ତ୍ରୀଙ୍କ ସହ ହୋଲି ଉତ୍ସବ ପାଳନ କରି ଖୁବ ଖୁସି ଥିବା ଦେଖିବାକୁ ମିଳିଥିଲା।
ଚିଲିକାର ବିକାଶ ସର୍ବଦା ପ୍ରାଥମିକତା ରହିଛି ଏବଂ ଚିଲିକାବାସିଙ୍କ ସୁଖଦୁଃଖରେ ସଦାବେଳେ ଜଣେ ସେବକ ଭାବେ ସାଥିରେ ରହିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031