ଚୋରି କିପରି ରୋକାଯିବ ୟୁଟ୍ୟୁବରେ ଦେଉଥିଲେ ପ୍ରବଚନ, ଶେଷରେ ନିଜେ ଚୋରି କରି ହେଲେ ବନ୍ଧା
August 28
19:23
2025
ଭୁବନେଶ୍ୱର, ୨୮/୮ : ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି ।
ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ ଲୁହା ରଡ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କଟକର ମନୋଜ ସିଂ । ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିଲେ ବୋଲି ସୂଚନା ମିଳିଛି ।
ଚୋରି କରିବା ଅପରାଧ, ସମାଜରୁ କିଭଳି ଅପରାଧ ରୋକି ହେବ ଓ ଅପରାଧୀ କିଭଳି ଅପରାଧ ଛାଡି ପାରିବେ ସେସମ୍ପର୍କରେ ଲୋକମାନଙ୍କୁ ସେ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ପ୍ରବଚନ ଦେଉଥିଲେ।
ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତ ଠାରୁ ୨୦୦ ଗ୍ରାମ ସୁନା, ଏକ ଲକ୍ଷ ଟଙ୍କା ଓ ଚୋରି ମୋଟର ସାଇକେଲ ଜବତ କରିଛି କମିଶନରେଟ ପୋଲିସ ।






