Indus Valley Times

ଚୟନ ଶିବିରକୁ ଆସି ମହିଳା କ୍ରିକେଟର ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

 Breaking News

ଚୟନ ଶିବିରକୁ ଆସି ମହିଳା କ୍ରିକେଟର ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

ଚୟନ ଶିବିରକୁ ଆସି ମହିଳା କ୍ରିକେଟର ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା
January 13
11:24 2023

କଟକ/ଭୁବନେଶ୍ୱର,୧୩/୧: ରାଜଧାନୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପହଞ୍ଚିଛନ୍ତି ନିଖୋଜ ମହିଳା କ୍ରିକେଟ୍ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ପରିବାର। ସେମାନେ ଝିଅର ଫଟୋ ହାତରେ ଧରି ନ୍ୟାୟ ଲାଗି ଗୁହାରି କରିବାକୁ ସେଠାରେ ପହଞ୍ଚିଛନ୍ତି। ରାଜଶ୍ରୀ ସ୍ବାଇଁଙ୍କ ମାଙ୍କ କହିବା ଅନୁଯାୟୀ, ତାଙ୍କ ଝିଅ ପ୍ରତି ଚୟନରେ ଅନ୍ୟାୟ କରାଯାଇଛି। ତାଙ୍କୁ ଲୁଚାଯାଇଛି କି ମାରି ଦିଆଯାଇଛି ସେନେଇ ସ୍ପଷ୍ଟ କରାଯାଉ। ଝିଅକୁ ଖୋଜି ଆଣିବା ଲାଗି ସେ ମନ୍ତ୍ରୀଙ୍କ ପାଖରେ ନିବେଦନ କରିବାକୁ ଆସିଛନ୍ତି। ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କର ଆକ୍ଟିଭା ଓ ହେଲମେଟ୍ ମିଳିଥିବାରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଛି।
ସୂଚନାଯୋଗ୍ୟ, ମହିଳା କ୍ରିକେଟ୍ ଖେଳାଳି ରାଜଶ୍ରୀ ସ୍ବାଇଁ ନିଖୋଜ ହୋଇଯାଇଛନ୍ତି। ଜାନୁଆରି ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପ୍ରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲ୍ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।
ଇୟଗ୍ଦ ଭଚ୍ଚ
ଏହି ମହିଳା କ୍ରିକେଟ୍ ଖେଳାଳି ହେଲେ, ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ବାଇଁଙ୍କ ଝିଅ ରାଜଶ୍ରୀ ସ୍ବାଇଁ। ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରେ ବାଦ୍ ପଡ଼ିଥିଲେ ରାଜଶ୍ରୀ। ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ। କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ।
ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। କୋଚ୍ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତାଙ୍କୁ ଖୋଜାଖୋଜି କରୁଥିବା ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031