Indus Valley Times

ଛତିଶଗଡ଼ରେ ପୁଣି ଲାଲବାହିନୀର ବର୍ବରତା : ମାଓବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ୍

 Breaking News

ଛତିଶଗଡ଼ରେ ପୁଣି ଲାଲବାହିନୀର ବର୍ବରତା : ମାଓବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ୍

August 20
19:55 2021

ଛତିଶଗଡ଼,୨୦/୮: ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଛି ଲାଲବାହିନୀ ବର୍ବରତା । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓ ହମଲା । ମାଓବାଦୀଙ୍କ ଆକ୍ରମଣରେ ଦୁଇ ଯବାନ୍ ସହିଦ ହୋଇଥିବା ସୂଚନା ।
ସୂଚନା ଅନୁସାରେ ସୁରକ୍ଷାବାହିନୀଙ୍କ ଉପରେ ହାମଲା କରିବା ପାଇଁ ମାଓବାଦୀ ପୂର୍ବ ପ୍ରସ୍ତୁତ ହୋଇ ରହିଥିଲେ । ଘଟଣାସ୍ଥଳରେ ଆମ୍ବୁସ ଲଗାଇ ଯବାନଙ୍‌ଙ୍କୁ ଉପରକୁ ହମଲା କରିଛନ୍ତି ଲାଲବାହିନୀ ।
ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ ମାଓବାଦୀ । ଆକ୍ରମଣ ସମୟରେ ଯବାନଙ୍କୁ ଠାରୁ ଗୁଳି ଗୋଳା ଓ ବନ୍ଧୁକ ଛଡାଇ ନେଇଥିବା ସୂଚନା ମିଳିଛି ।
କାଡେମେଟା ଆଇଟିବିପି କ୍ୟାମ୍ପ ଠାରୁ ମାତ୍ର ୬୦୦ ମିଟର ଦୂରରେ ଏହି ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ରାସ୍ତାକାମ ଜାରି ରହିଥିବା ବେଳେ ରାସ୍ତାକାମର ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ଟାର୍ଗେଟ କରିଥିଲେ ମାଓବାଦି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031