Indus Valley Times

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍

 Breaking News

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍

ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୁଲିସ୍
July 22
12:05 2025

ବାଲିକୁଦା,୨୨/୭ : ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।
ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।
ଯୁବତୀ ଜଣକ ଘରୁ ଚାଲିଚାଲି ସାଙ୍ଗ ଜନ୍ମଦିନରେ ଯୋଗଦେବାକୁ ଯାଉଥିବାବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି। ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା।
ଏନେଇ ପୀଡ଼ିତାଙ୍କ ବାପା ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ଯୁବତୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031