Indus Valley Times

ଜଙ୍ଗଲକୁ ଗଛକାଟି ନଷ୍ଟ କରୁଥିବା ନେଇ ଦୁଇ ଗ୍ରାମ ମଧ୍ୟରେ ଉତେଜନା,ବନବିଭାଗର ଦୁଇ ଗ୍ରାମକୁ ନେଇ ବୈଠକ

 Breaking News

ଜଙ୍ଗଲକୁ ଗଛକାଟି ନଷ୍ଟ କରୁଥିବା ନେଇ ଦୁଇ ଗ୍ରାମ ମଧ୍ୟରେ ଉତେଜନା,ବନବିଭାଗର ଦୁଇ ଗ୍ରାମକୁ ନେଇ ବୈଠକ

July 21
10:31 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୭ : ଜଙ୍ଗଲ ଗଛ କଟାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ହୋଇଥିଲା ଉତେଜନା । ବାଲିଗୁଡା ବନାଂଚଳ ଅନ୍ତର୍ଗତ ବାରଖମା ନିକଟରେ ବନବିଭାଗର ସଂରକ୍ଷିତ ଜଙ୍ଗଲ ରହିଅଛି । ଏହାର ରକ୍ଷଣ ବ୍ୟକ୍ଷଣ ସ୍ଥାନିୟ ବାରଖମାର ଗ୍ରାମବାସୀ କରୁଥିଲେ ।
କିନ୍ତୁ ରେବିଙ୍ଗିଆ ପଂଚାତର ବୁଡାଗୁଡା ଗ୍ରାମବାସୀ ଭାଲୁଡଙ୍ଗର ଜଙ୍ଗଲରେ ଥିବା ଗଛଗୁଡାକୁ କାଟି ଜଙ୍ଗଲ ସଫା କରି ଜଙ୍ଗଲର କ୍ଷତି କରୁଥିବା ନେଇ ବାଲିଗୁଡା ବନବିଭାଗ କାର୍ଯ୍ୟାଳୟରେ ଯାଇ ଅଭିଯୋଗ କରିଥିଲେ ବାରଖମା ଗ୍ରାମବାସୀ ।
ଏହା ପୁର୍ବରୁ ଗଛକଟାକୁ ନେଇ ବାରଖାମା ଓ ବୁଡାଗୁଡା ମଧ୍ୟରେ ଦେଖାଦେଇଥିଲା ଉତେଜନା । ଏନେଇ ବାଲିଗୁଡା ଏସିଏଫଓ ଙ୍କୁ ବାରଖମା ଗ୍ରାମବାସୀ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ । ଏସଏଫଓ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ବୋଲି କହିଥିଲେ ।
ଏହାପରେ ବାଲିଗୁଡା ରେଂଜର ଅତୁଲ୍ୟ ମହାନ୍ତୀ ବାରଖମା ଫରେଷ୍ଟର ବାରଖମା ଠାରେ ଏକବୈଠକ ଆୟୋଜନ କରିଥିଲେ ଏହି ବୈଠକରେ ବାରଖମା ସରପଂଚ ,ରେବିଙ୍ଗିଆ ସରପଂଚ,ଏଆରଆଇ ଓ ଉଭୟ ଗ୍ରାମର ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଏଥିରେ ରେଂଜର କହିଛନ୍ତି ଏହି ଜମିଟି କାହାର ନୁହେଁ,ଏହା ବନବିଭାଗର ଏଠିକେହିବି କିଛି ଅଟାଳିକା କିଆଉ କିଛି କରିପାରିବେ ନାହିଁ ,ଏଠାରେ ବନ ବିଭାଗ ତରଫରୁ ଚାରା ରୋପଣ କରାଯିବ ଏବଂ ଉଭୟ ଗ୍ରାମବାସୀ ମାନେ ଉଭୟଙ୍କ ମଧ୍ୟରେ ଭଲ ସଂର୍ମ୍ପକ ଭାଇଚାରାର ସର୍ମ୍ପକ ରଖିବାକୁ କହିଥିଲେ ।
ଏହାପରେ ଦୁଇ ଗ୍ରାମବାସୀ ମାନେ ଏହି ଜମିକୁ ନେଇ ିଛି ନକରିବା ସହ ଆଉ ଗଣ୍ଡଗୋଳ ନକରିବା ନେଇ ଲିଖିତ ଦେଇଛନ୍ତି ରେଂଜରଙ୍କୁ । ଏହାପରେ ଦୁଇ ଗ୍ରାମବାସୀ ମାନେ ନିଜନିଜ ଗ୍ରାମକୁ ଯାଇଥିଲେ ଓଶାନ୍ତ ପରିବେଷ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031