Indus Valley Times

ଜଙ୍ଗଲରୁ ୨ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର

 Breaking News

ଜଙ୍ଗଲରୁ ୨ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର

ଜଙ୍ଗଲରୁ ୨ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର
February 23
18:41 2023

କଟକ,୨୩/୨: କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ତଥା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଭଗୁଆ ଗ୍ରାମ ସନ୍ନିକଟ ରାଣୀବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ମୃତଦେହ ଠାବ।
ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଆଞ୍ଚରେ ଲୋକମାନେ ଜଙ୍ଗଲକୁ ପତ୍ର ସଙ୍ଗେ କରିବାକୁ ଯାଇଥିବା ବେଳେ ଏକ ଗଛ ମୂଳେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଗୁରୁଡ଼ିଝାଟିଆ ଆଇ ଆଇସି ରଞ୍ଜନ ପ୍ରଧାନ ପହଞ୍ଚି ଦୁଇଟି ମୃତଦେହକୁ ଜବତ କରିବା ସହ ପାଖରେ ପଡ଼ିଥିବା ସେମାନଙ୍କର ଦୁଇଟି ମୋବାଇଲ ଏବଂ କିଛି ମଦ ବୋତଲ ଏବଂ ବିଷ ବୋତଲ ଜବତ କରିଥିବା ଜଣାପଡିଛି। ସାଇଣ୍ଟି ଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବା ସହ ମୃତ୍ୟୁର କାରଣ ଏବଂ ମୃତକଙ୍କ ପରିଚୟ ପାଇଁ ଅଧିକ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031