Indus Valley Times

ଜଟଣୀ ପଥ ଉତ୍ସବ ଉପଲକ୍ଷେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଶୁଭାରମ୍ଭ

 Breaking News

ଜଟଣୀ ପଥ ଉତ୍ସବ ଉପଲକ୍ଷେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଶୁଭାରମ୍ଭ

ଜଟଣୀ ପଥ ଉତ୍ସବ ଉପଲକ୍ଷେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଶୁଭାରମ୍ଭ
December 13
20:09 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୩/୧୨ : ଜଟଣୀ ସହରରେ ପ୍ରଥମ କରି ଡିସେମ୍ବର ୨୧ ରେ ହେବାକୁ ଥିବା ପଥ ଉତ୍ସବ ପାଇଁ ଆଜି ମଞ୍ଚ ପୁଜା ମହା ଆଡମ୍ବର ସ‌ହକାରେ ପାଳିତ ହୋଇଯାଇଛି।
ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ.ରୁଷି ପଟ୍ଟନାୟକଙ୍କ ନେତୃତ୍ବରେ ପଥ ଉତ୍ସବର ଅଧ୍ୟକ୍ଷ ତଥା ଖୋରଧା ଜିଲା ବିଜେପି ସଭାପତି ଶ୍ରୀ ବିଶ୍ବରଂଜନ ବଡ଼ଜେନା, ଜଟଣୀ ବିକାଶ ପରିଷଦର ସଭାପତି ଶ୍ରୀ ସୁଦର୍ଶନ ସୁନ୍ଦରାୟ କର୍ତ୍ତା ରୂପରେ ଶୁଭ ନଡ଼ିଆ ବାଡେଇ ମଞ୍ଚ ପୁଜା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ବଡ଼ଜେନା ଉପସ୍ଥିତି ଥିବା ସମସ୍ତ ସଦସ୍ୟ ମାନଙ୍କୁ ବହୁ ମାତ୍ରାରେ ସମସ୍ତଙ୍କୁ ସଂଯୋଗ କରି ପଥ ଉତ୍ସବ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଷ୍ଟାଲିନ ବିଶ୍ବାଳ, ଅଗ୍ନିଶ୍ରମ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ବିକାଶ ପରିଷଦର ସଦସ୍ୟ କୈଳାଶ ମହାପାତ୍ର, ଭୁବନେଶ୍ବର ସାଂସଦ ପ୍ରତିନିଧି ସତୀଶ ଶର୍ମା, ମହିଳା ମୋର୍ଚ୍ଚା ସଭାପତି ନିରୁପମା କର, ମଣ୍ଡଳ ସଭାପତି ତିରୁପତି ଶତପଥୀ, ଯୁବମୋର୍ଚ୍ଚା ସଭାପତି ସବ୍ୟସାଚୀ ଦାସ, ରାଜୁ ପଟ୍ଟନାୟକ,ସୁକାନ୍ତ ସାହୁ ,ରେଳବାଇ ତରଫରୁ କେ.ସୂର୍ଯ୍ୟ ଭାସ୍କର ଓ ସଂଯୁକ୍ତ ପଟ୍ଟନାୟକ, ରବି ସାହୁ, ରଶ୍ମିରଞ୍ଜନ ଦାସ, ବିଘ୍ନଶ ପଟ୍ଟନାୟକ ପ୍ରମୁଖ ଯୋଗାଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031